STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 5

ଗୃହ ବନ୍ଦୀ - 5

1 min
233

ଚଇତି ମାସିଆ ନିଦାଘ ବସନ୍ତେ ଶୁକ୍ଲ ପଞ୍ଚମୀ ତିଥିରେ,

ତୁମେ ଆସିବାର ଦୁର୍ବାର ଉତ୍କଣ୍ଠା ମୋତେ ଅସ୍ତବ୍ୟସ୍ତ କରେ ।।

ଚାରିଆଡ଼େ ଶୁଭେ ହାହାକାର ଆଜି କରୋନା କରାଳ କାୟା, 

ମୁଁ ଖୋଜେ ତୁମ ପତଳା ଓଢଣୀ ଆଚ୍ଛାଦିତ କରି ଛାୟା ।। 

ମନେ ପଡେ ସବୁ ପୁରୁଣା ସ୍ମୃତି କେବେ ନୂହେଁ ଅପାଶୋରା, 

ଛୁଇଁଥିଲ ଯେବେ ମୋ ହାତ ପାପୁଲି ଶିହରଣ ଦେହସାରା ।। 

ଭାବିଥିଲି କେବେ ଆସିବନିି ବୋଧେ ମୋ ଗାଁ ଆଡେ ଥରେ, 

ତୁମ କଥା ସହି ନିଇତି ଭାାବୁଛି ଅକିଞ୍ଚନେ ମରମରେ ।। 

ଆଜି ଲାଗେ ପୁଣି ତାଜା ତାଜା ସବୁ ତୁମ ଶୁଭ ଆଗମନେ, 

ପ୍ରତୀକ୍ଷାର ଅନ୍ତ ଅସହ୍ଯ ଯନ୍ତ୍ରଣା ଶୁଭୁନି କି ତୁମ କାନେ ।। 


---କ୍ରମଶଃ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance