STORYMIRROR

Ashok Kumar Pradhan

Drama

3  

Ashok Kumar Pradhan

Drama

ଗୃହ ବନ୍ଦୀ - 1

ଗୃହ ବନ୍ଦୀ - 1

1 min
11.4K

ତୁମ ଆଶୁ ଆରୋଗ୍ୟ କାମନା ପାଇଁ 

ମନ୍ଦିର ଦୁଆରେ ଦୀପଟିଏ ଜାଳି 

ପ୍ରାର୍ଥନା କରିବି

ହେ ଭାଗବାନ 

ବିଚାରିକୁ ଆଉ କଷ୍ଟ ଦିଅନି


ମୋ ସୁଖରେ ସୁଖୀ, 

 ଦୁଃଖ ରେ ଦୁଃଖୀ ହେବାପାଇଁ 

ଭଲ ସାଥୀ ଗୋଟେ ଦେଇଛ ଯଦି

କୋଉ ନ୍ଯାୟରେ

ତାକୁ ବେଶୀ ଦୁଃଖ ଦେଉଛ

ସହି ହେଉନି


ତା କଷ୍ଟରୁ ମୋତେ କିଛି

 ଭାଗ ଦେଇ ଦିଅ 

କାରଣ ;ସିଏ ମୋ 

କବିତା, ବନିତା, ଲତା 

ଦରଦୀ ମନର କଥା 

ତା ବିନା କିଛି ବୁଝେନା


ନାଟକର ଶେଷ ଦୃଶ୍ୟ 

ଯବନିକା ଆଗରୁ 

ବିନା କାରଣରେ 

ମୁଖ୍ୟ ଚରିତ୍ରକୁ

 ସଂହାର କରନା


ବନ୍ଦୀ ଜୀବନରେ ତ

କଷ୍ଟ ହେଉଛି ଅନେକ 

କିନ୍ତୁ ଟିକେ ଖୁସି, ଗପସପ 

ଟିକେ ପ୍ରେମାଳାପ ଆଉ 

ତେଲ ଲୁଣ ସଂସାରର 

ଆଲୋଚନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama