STORYMIRROR

Debendra Kumar Naik

Drama Inspirational

3  

Debendra Kumar Naik

Drama Inspirational

ଗରବ

ଗରବ

1 min
178


ଦୁଇ ଦିନିଆ ଜୀବନ

ଯେନଟା ଦେଖ ଅସ୍ଥାୟୀ 

ଚୁଛେ ଘାଁଟିସାନି ମିଛ ମାୟା, 

ମୋର ମୋର ବୋଲି 

ଆବରି ହେଉଥିସୁ ଯେ 

କମେଇ କୁଟେଇ ହେସୁ ବାୟା।। 


ଯେତକି ଚିକମିକିଆ 

ସବୁ ନୁହେଁ ସୁନା ଯେ 

ଟୁଁଡ଼େ ଅମୃତ ପେଟନେ ପଟାସ, 

କାଇଁଥିର ଲାଗି କରସୁ 

ଗରବ ଇ ଦୁନିଆଁଥି

ନିଶ୍ବାସକେ ନାଇଁ ନ ଯାର ବିଶ୍ୱାସ ।।


ମୁଇଁ ମୁଇଁ ବୋଲି 

ପଡ଼ବୁ ଦିନେ ଭୂଇଁ 

କିହେ ନୁହେଁ ଇନେ ଆଖାଶାଖା, 

ନିଜର ବୋଲି ଖାଲି 

ଲୋକ ଦେଖାନିଆ 

ଡ଼େଣା ଘିଚିଦେଲେ ହେବା ଅର୍କା।। 


ବୁଆମାଁର ସେବା 

ପାସରି ଦେଇ ସଭେ 

ଠାଟବାଟନେ ରହିଛନ ସହରେ, 

ମାଁ ମାଏଟ ଆଜି 

ଲାଗସି ବିଷପିତା 

ଗରବ ତୋର ଖାର ହେଇ ଯିବାରେ।। 


ଯାହାକେ ଦେଖଲେ 

ହିଁସା ଅହଁକାର ଭର୍ତ୍ତି

ମୁନୁଷପନ ଗଲାନ କେଭୁ ହଜି, 

ଜାଣି ଶୁଣି କରି 

ସବୁ ଦେଲେ ସାରି 

ମଲାବେଲକେ ରାମନାମ ଭଜି।। 


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Debendra Kumar Naik

ଗରବ

ଗରବ

1 min ପଢ଼ନ୍ତୁ

Similar oriya poem from Drama