ଗରବ
ଗରବ
ଦୁଇ ଦିନିଆ ଜୀବନ
ଯେନଟା ଦେଖ ଅସ୍ଥାୟୀ
ଚୁଛେ ଘାଁଟିସାନି ମିଛ ମାୟା,
ମୋର ମୋର ବୋଲି
ଆବରି ହେଉଥିସୁ ଯେ
କମେଇ କୁଟେଇ ହେସୁ ବାୟା।।
ଯେତକି ଚିକମିକିଆ
ସବୁ ନୁହେଁ ସୁନା ଯେ
ଟୁଁଡ଼େ ଅମୃତ ପେଟନେ ପଟାସ,
କାଇଁଥିର ଲାଗି କରସୁ
ଗରବ ଇ ଦୁନିଆଁଥି
ନିଶ୍ବାସକେ ନାଇଁ ନ ଯାର ବିଶ୍ୱାସ ।।
ମୁଇଁ ମୁଇଁ ବୋଲି
ପଡ଼ବୁ ଦିନେ ଭୂଇଁ
କିହେ ନୁହେଁ ଇନେ ଆଖାଶାଖା,
ନିଜର ବୋଲି ଖାଲି
ଲୋକ ଦେଖାନିଆ
ଡ଼େଣା ଘିଚିଦେଲେ ହେବା ଅର୍କା।।
ବୁଆମାଁର ସେବା
ପାସରି ଦେଇ ସଭେ
ଠାଟବାଟନେ ରହିଛନ ସହରେ,
ମାଁ ମାଏଟ ଆଜି
ଲାଗସି ବିଷପିତା
ଗରବ ତୋର ଖାର ହେଇ ଯିବାରେ।।
ଯାହାକେ ଦେଖଲେ
ହିଁସା ଅହଁକାର ଭର୍ତ୍ତି
ମୁନୁଷପନ ଗଲାନ କେଭୁ ହଜି,
ଜାଣି ଶୁଣି କରି
ସବୁ ଦେଲେ ସାରି
ମଲାବେଲକେ ରାମନାମ ଭଜି।।
