STORYMIRROR

Amit Bal

Inspirational

4.5  

Amit Bal

Inspirational

ଗୋମାତା

ଗୋମାତା

1 min
208


ବର୍ତ୍ତମାନ ସଙ୍କୁଚିତ ଯେଉଁଠି

             ବିଜ୍ଞାନର ବୈପ୍ଳବିକ ଦ୍ଵାରେ

ଗାଈକୁ ଗୋମାତା କହିଲେ କହୁଛନ୍ତି

          ଲୋକଟି ଆକ୍ରାନ୍ତ ଅନ୍ଧ ବିଶ୍ବାସରେ l


ତେଣୁ ଝଙ୍କାଳିଆ ବରଗଛ ତଳେ

ଅବା କେଉଁ ସନ୍ତ ସନ୍ତିଆ ଗୁହାଳେ ,

  ଗୋମାତା ବନ୍ଧା ହୋଇ ପଡ଼ି ରହୁ ଅଛି

                 ଦିନ ମାସ ବର୍ଷ ବର୍ଷ ଧରି

 ଏମିତି ବି ଏବେ ଆଉ ଚାରଣ ଭୂମି କାହିଁ

              ସହର ବଜାରରେ ଆଗ ପରି l


ନଡା ପଟେ ଅବା ଦି ମୁଠା ଦାନା ଖାଇ

      ଦିନ ରାତି ବନ୍ଧା ରହେ ବିକଳରେ ଚାହିଁ ,

ଧର୍କୁ ଆଖି ଠାର ଏ ଡାକ ଗୋମାତା ର

  ସତ କହିବାକୁ ଗଲେ ଏହାର ମାନେ କିଛି ନାହିଁ l

>


ଖୋଲା ଖୋଲି ଅଧର୍ମ ଏଠି

       ଗାଈକୁ ଟେକି ଦେଉଛନ୍ତି କଂସେଇ ହାତକୁ

ଦି ପଇସା ଲୋଭରେ

            କିଏ ବା ରୋକୁଛି ଗୋ ଚାଲାଣକୁ l


ନିଶ୍ଚିତରେ ଆଉ ସେ ଯୁଗ ଆଜି ନାହିଁ

    ଗାଈ ଗୋରୁ ପୂଜୁ ଥିଲେ ଲୋକେ ଗୋମାତା କହି,

ତା' କ୍ଷୀର ,ଗୋବର ବିନା 

          ହେଉ ନ ଥିଲା ପୂଜା ପଶା ଭଲ ମନ୍ଦ

ସେ ଥିଲେ ଘରେ ସଦା

     ମନେ ଜାଗୁ ଥିଲା କେତେ ଖୁସି କେତେ ଆନନ୍ଦ l


ତେବେ କ'ଣ ସତରେ ଫେରିବ 

       ସେଦିନ ସବୁ କେବେ ଆମ ସମାଜରେ

ଆଦର ସରାଗ କରି ପୂଜିବେ ଲୋକେ

         ଗୋମାତା କୁ ପୁଣି ନିଜ ନିଜ ଘରେ l

        



Rate this content
Log in

Similar oriya poem from Inspirational