STORYMIRROR

ତାରାପ୍ରସାଦ ଜେନା

Romance

2  

ତାରାପ୍ରସାଦ ଜେନା

Romance

ଗୋଲାପ ଫୁଲଟେ କି ହେବ ମୋହର ଗୋଲାପ ପ୍ରିୟାର ମୁହଁ

ଗୋଲାପ ଫୁଲଟେ କି ହେବ ମୋହର ଗୋଲାପ ପ୍ରିୟାର ମୁହଁ

1 min
61


ଗୋଲାପ ଫୁଲଟେ କି ହେବ ମୋହର

ଗୋଲାପ ପ୍ରିୟାର ମୁହଁ

ନରମ ଚାହାଣି ହସର ଝୁଲାରେ

ମୁଁ ଅଳି ଅଗାଧ ସ୍ନେହ 

ଗୋଲାପ ଫୁଲଟେ କି ହେବ ମୋହର

            ଗୋଲାପ ପ୍ରିୟାର ମୁହଁ ! ୦ !


ଜହ୍ନକୁ ଦେଖିକି ଶୀତଳ ଆଣିନି

ଉଜ୍ଜ୍ୱଳ କରିବି ମାପ

ମୋ ପ୍ରିୟା ଏମିତି ଶୀତଳ ମନରେ

ଉଜ୍ଜ୍ୱଳ ଅଭୁଲା ରୂପ,

ସେ ରୂପର ବନ୍ୟା ଉତ୍ତଳା କରିଛି

ପ୍ରେମର ନିୟତ ମୋହ

ଗୋଲାପ ଫୁଲଟେ କି ହେବ ମୋହର

            ଗୋଲାପ ପ୍ରିୟାର ମୁହଁ ! ୧ !


ଉପମା ଛାଞ୍ଚରେ ପ୍ରିୟାକୁ ପକାଇ

ତୁଳନା ଦେଇଛି ଛାଡ଼ି

ମୋ ପ୍ରିୟା ହଜାରେ ଉପମା ବଳିଛି

ଦେଖୁଛି ଅଠର ଘଡ଼ି,

ମନକୁ ମନ ଯେ କାବ୍ୟରେ ବୁଡୁଛି

ଧରି ମୁଁ କବିର ଦେହ 

ଗୋଲାପ ଫୁଲଟେ କି ହେବ ମୋହର

            ଗୋଲାପ ପ୍ରିୟାର ମୁହଁ ! ୨ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance