STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଗୋଧୂଳି ଆଜି ଫିକା ପଡିଛି

ଗୋଧୂଳି ଆଜି ଫିକା ପଡିଛି

1 min
339

ଗୋଧୂଳି ସମୟ ପ୍ରଶମିତ ଆଜି

        ଗାଁ ଦାଣ୍ଡ ଖାଲି ଖାଲି

ମଫସଲ ଭୂଲି ସହର ମୁହାଁ ଯେ

      ଜନ୍ମ ଭୂଇଁ ଗଲେ ଭୂଲି

ଶୁଭେ ନାହିଁ ଆଉ ଶୁଭ ଶଙ୍ଖ ଧ୍ୱନି

     ଜଳୁ ନାହିଁ ସଞ୍ଜ ବତି

ଗ୍ରାମ ଦେବା ଦେବୀ ପୂଜା ନ'ପାଆନ୍ତି

    ଚାଲିଛି ଅଜବ ନିତି

ଗାଁ ତୁଠ ପଥର ଶୁଖିଲା ପଡିଛି

   କୁଆଁରୀ ଆସନ୍ତି ନାହିଁ

ଗୋଧୂଳି ଲଗନ ଫିକା ପଡିଯାଏ

   ସନ୍ତାନଙ୍କ ରାସ୍ତା ଚାହିଁ

ରଜ ଦୋଳି କଟ ମଟ ହୁଏ ନାହିଁ

   ବାସେନି ପିଠା ମହକ

ପିଜା ବର୍ଗରରେ ମନ ଛଟପଟ

   ମୋମୋ ଖାଇବା ସଉକ

ଗାଁ ପରିଚୟ ଦେବା ପାଇଁ ଆଜି

     ଲାଜ କରୁଅଛି ପୁଅ

ଗାଉଁଲି ଆକ୍ଷାଟି କାଳେ ମିଳିଯିବ

   ଭାଳୁଛି ଗ୍ରାମର ଝିଅ

ଗୋଧୂଳି ବେଳରେ ଗୋଠକୁ ଫେରୁନି

    ଗୁହାଳକୁ କାଳୀ ଗାଈ

ଗୁହାଳ ଗୋବର ଦିଶୁ ନାହିଁ ଆଉ

    ଦିଶେ ଆଧୁନିକ ଛଇ

ସେ କାଳ ଏ କାଳ ତଫାତ ପ୍ରବଳ

    ଆଧୁନିକ ରଙ୍ଗ ବୋଳା

ଗୋଧୂଳି ସମୟ ଫିକା ପଡିଯାଇ

    ଗାଁ ଦାଣ୍ଡ ଆଜି ଫୁଙ୍ଗୁଳା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract