STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
119


ସ୍ୱରାଜ ଓ ସୁରାଜର ସ୍ଲୋଗାନରେ 

ପଥଭ୍ରଷ୍ଟ ନୈତିକ ମୂଲ୍ୟବୋଧ

ବଂଶବାଦୀ ବାହୁବଳୀ ନ୍ୟସ୍ତସ୍ୱାର୍ଥୀଙ୍କ 

ନାଗଫାଶରେ ରାଷ୍ଟ୍ର ନୀତି କବଳିତ!!

ଶ୍ରେଣୀହୀନ ସମାଜର ସୁନେଲି

ସବୁଜ ସ୍ୱପ୍ନ ସୁଦୂର ପରାହତ

ଉଗ୍ରବାଦ ଓ ଆଞ୍ଚଳିକବାଦର

ଗରଳ ଜ୍ୱାଳାରେ ଅଖଣ୍ଡତା ଜର୍ଜରିତ!!

ଅନାହାର କୁପୋଷଣର କଷଣରେ

ସଢୁଛି ଏଇ ଦେଶର ଭବିଷ୍ୟତ

କତିପୟ ଧନାଢ୍ୟ ବ୍ୟାପାରୀ ହସ୍ତେ 

ନ୍ୟସ୍ତ ଜାତିର ସକଳ ସମ୍ପଦ!!

ସଂରକ୍ଷଣବାଦର କୁପ୍ରଭାବେ ପ୍ରବାସେ 

ଶରଣାର୍ଥୀ ସାଜିଛି ମେଧାବୀ ଭୂମିପୁତ୍ର

ନାଗରିକର ବ୍ୟକ୍ତିଗତ ସ୍ୱତନ୍ତ୍ରତାରେ 

ସରକାରୀ କଳର ଅବାଧ ହସ୍ତକ୍ଷେପ!!

ସ୍ୱାଧୀନଚେତା ନିରପେକ୍ଷ ବିଜ୍ଞ ବ୍ୟକ୍ତି 

ଦେଶଦ୍ରୋହୀର ଆଖ୍ୟାରେ ସମ୍ମାନିତ

ଭୋଟବ୍ୟାଙ୍କ ରାଜନୀତିର ପଶାପାଲିରେ

ମହାନ ସମ୍ବିଧାନ ନ୍ୟାୟଶାସ୍ତ୍ର ଭୂଲୁଣ୍ଠିତ!!

ମୁଦ୍ରାସ୍ଫୀତିର ତାଡ଼ନାରେ ତ୍ରାହି ତ୍ରାହି 

ଡାକଇ ମେହନତି ଖଟିଖିଆ ମଣିଷ

ଭ୍ରଷ୍ଟାଚାରର ମହାମାରୀରେ ସଭିଏଁ

ବିଶେଷ ଆକ୍ରାନ୍ତ ବିବଶ ସର୍ବସ୍ୱାନ୍ତ!!

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର 

ଭାବେ ତଥାପି ଆମେ ସମସ୍ତେ ଗର୍ବିତ

ସମୃଦ୍ଧ ସଶକ୍ତ ସାର୍ବଭୌମତ୍ୱର ଆଶାରେ

ଭାରତବର୍ଷର ଅନ୍ତରାତ୍ମା ଆଜି ବି ଜୀବିତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational