STORYMIRROR

Padmini Parida

Inspirational

3  

Padmini Parida

Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
208

ଗାନ୍ଧୀ ମହତ୍ମାଙ୍କ ଦୃଢ଼ ଆତ୍ମବଳ 

ଲୁହ ଲହୁ ଢାଳି କେତେ 

ଲଭିଲୁ ଆମେ ସ୍ୱାଧୀନ 

ଧନ୍ୟ ମହାପୁରୁଷଙ୍କ ତ୍ୟାଗ।

ବିଭିନ୍ନତା ମଧ୍ୟରେ ଏକତା 

ଜାତିବର୍ଣ୍ଣ ନିର୍ବିଶେଷରେ

ଗଢା ହୁଏ ସମ୍ବିଧାନ।

 ସାରା ଭାରତ ବର୍ଷରେ

 ଉନେଇଶ ପଚାଶ ମସିହା 

 ଜାନୁଆରୀ ଚବିଶ ତରିଖରୁ

କାର୍ଯ୍ୟକାରୀ ହୋଇ ଚାଲିଛି।

ଗଣତନ୍ତ୍ରର ସତସ୍ତରି ବର୍ଷ ପରେ ମଧ୍ୟ

 ସମସ୍ୟା ହୁଏ ନାହିଁ ସମାଧାନ

 ଦେଶବାସୀ ଦୁଃଖେ ବିତାନ୍ତି ଦିନ।

ନେତା ମନ୍ତ୍ରୀ କଳା ଟଙ୍କା ଗଦାରେ

 ସାଜନ୍ତି ଦେଶର ମାଲିକ

ବଢ଼ିଚାଲିଛି ଦୁର୍ନୀତି ଆଉ ଶୋଷଣ।

 ନାରୀଅତ୍ୟାଚାର, ଭ୍ରୁଣ ହତ୍ୟା

 ମନ୍ତ୍ରୀର ଘରେ ଛାପା ଛାପା ଟଙ୍କା

 ବାହାରି ଯଦି ଦେଶ ରାଇଜର

 ଫାଣ୍ଡିରେ ମିଶିଲେ ଗରିବ ଆସିବ କାହୁଁ।

 ପୁଣି ଗଣତନ୍ତ୍ର ଦିବସରେ କୁହାହେବ

ନୀତି ଆଦର୍ଶର ବହୁତ କଥା

ଜାତୀୟ ପତାକା ଉଡ଼ାଇ

 ଦୁର୍ନୀତି, ଶୋଷଣ, କଳାବଜାରୀ।

 କିଏ କାହାକୁ ଦେବ ଦୋଷ

 ଦେଶେ ଅଶାନ୍ତି ଦିଅନ୍ତି ଆଣି।

ଏହା ମୋ ଦେଶର ଦୁର୍ଭାଗ୍ୟ

 ଚାଲିଛି ସମ୍ବିଧାନ ବିରୁଦ୍ଧରେ କାମ।

 ଶିକ୍ଷା, ଚିକିତ୍ସା, ଚାକରୀରେ 

 ସମ୍ବିଧାନ ର ସତସ୍ତରୀ ବର୍ଷ ପରେ

 ବେରୋଜଗାରୀ, ମହଗାଇ,

ସରକାରୀ ସଂସ୍ଥାରୁ ବଞ୍ଚିତ।

 ଭୋଟ ଦେବା ଆମ ମୌଳିକ ଅଧିକର

ଆଜିର ବେପାରୀ ନେତା ଲୋଭ

 ପ୍ରଲୋଭନ ଦେଖାଇ, ଆମର

 ମୌଳିକ ଅଧିକାରରୁ ବଞ୍ଚିତ କରନ୍ତି।

 ମଦୁଆ ନେତା ନିଜ ସ୍ୱାଥ

 ଆରଛଣ ବ୍ୟବସ୍ଥା ପାଇଁ

ଜେନେରାଲ ଶ୍ରେଣୀର ମଣିଷ

 ହୁଅନ୍ତି ମର୍ମାହତ।

 ସୁନ୍ଦର ଭାରତର ସପ୍ନ ବାପୁ,

 ସର୍ଦ୍ଦାର ପଟେଲ, ଭୀମରାଓ

 ଆମ୍ବେଦକର,ବୀର, ସବାରକରଙ୍କ

ଆତ୍ମା ଆଜି ଦୁଃଖିତ।



Rate this content
Log in

Similar oriya poem from Inspirational