STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗଣେଶ ଫାଦର‌ ପାର୍‌ କରେଗା

ଗଣେଶ ଫାଦର‌ ପାର୍‌ କରେଗା

2 mins
321


ଗଣେଶ ଫାଦର ପାର କରେଗା

   ଚାଲରେ‌ ଭାଇ,

କାର୍ତ୍ତିକ ଫାଦର‌ ପାର୍ କରେଗା

    ଚାଲରେ ଭାଇ

ପାର୍ବତୀ ପତି ପାର୍ କରେଗା

    ଚାଲରେ ଭାଇ,

କୈଳାସ ପତି ପାର୍ କରେଗା

    ଚାଲରେ ଭାଇ

ଭୋଲା ଭୋଲା ଭୋଲାବାବା  

 ପାର୍ କରେଗା‌,

ଜଟିଆ ବାବା ତ୍ରିଶୂଳ ଧାରୀ

   ପାର୍ କରେଗା ।

ବୋଲ୍ ବମ୍ କହି ପାଣି ଭାର ନେଇ

    ଯାଅ ପଛେ ମନା ନାହିଁ,

ଏସବୁ ଭାଷାରେ ଶିବଙ୍କୁ ଡାକିବା

     କିବା ଶୋଭା ମାନୁଥାଇ ।

ହିନ୍ଦି ଇଙ୍ଗିରାଜୀ ଓଡ଼ିଆ ମିଶେଇ

     ପ୍ରଭୁଙ୍କ ନାଁ କୁ ଧରି,

ହଜ୍‌ବ୍ଯାଣ୍ଡ୍ କହିଲେ ଫାଦର ଡାକିଲେ

    ଭାବୁଛ କରିବେ ପାରି ।

ପରିହାସ ଭଳି ଲାଗୁଛି ଶିବଙ୍କୁ

    ବୋଲ୍ ବମ୍ ଡାକ ଯେତେ,

ମେଲଣ କରିକି ପାଣି ଭାର ନେଇ

    ମଜା କରୁଅଛ କେତେ।

ଶିବ ଶଙ୍କର ସେ ଜଗତ ଈଶ୍ୱର 

    ଦେବଦେବ ମହାଦେବ,

ଖାଣ୍ଟି ଓଡିଆରେ ଡାକିଲେ କ'ଣ

     ବୁଝିବେନି ତୁମ ଭାବ ।

ମାଇକି‌ ବଜେଇ ଡିଜେ ଗୀତ ଗାଇ

     ଗଞ୍ଜେଇ ମଦକୁ ପିଇ,

 କେଉଁ ବ୍ରତ ପାଇଁ ପାଣିଭାର ନେଇ

     ଯାଅ କହିବ କି ଭାଇ ।

ଶିବ ଖାଉଛନ୍ତି ଭାଙ୍ଗ ଗଞ୍ଜେଇକି

     ତୁମେ ଯାହା କହୁଅଛ,

ଶିବ ପିଇଥିଲେ ହଳାହଳ ବିଷ

     ତାକୁ କି ଭୁଲି ଯାଇଛ ।

ସିଏ ଯଦି ଭାଙ୍ଗ ଗଞ୍ଜେଇ ସହିତ

     ବିଷ ପାନ କରୁଥିଲେ,

ତୁମେ ମାନେ ଭାଇ ଦାନାଦାର ପିଇ

     ସମ୍ଭାଳି ପାରିବ ଭଲେ ।

ତେବେ କ'ଣ ପାଇଁ ଦେଇ ଶିବ ଦ୍ଵାହୀ

     ଭାଙ୍ଗ ଗଞ୍ଜେଇକି ଖାଅ,

ଭାବ ଭକ୍ତି ଗୁଡା ଭୁଲିଯାଇ ଭାଇ

     ନବରଙ୍ଗ କରୁଥାଅ ।

ହଳଦୀ ରଙ୍ଗର ବରମୁଣ୍ଡା ପିନ୍ଧି

     ଶ୍ରାବଣର ସୋମବାରେ,

ଆଇଁଷ ନ ଖାଇ ଭାଙ୍ଗ ମଦ ପିଇ

     କି ଲାଭ ଏହି ବ୍ରତରେ ।

ବୋଲ୍‌ ବମ୍ ଟିମ୍ ପ୍ରତି ଗାଁରେ ଯେ

     ରାଜନୀତି ଦଳ ଭଳି,

ପ୍ରସ୍ତୁତି ବୈଠକ ମାସକ ଆଗରୁ

     ବସାନ୍ତି ହୋଇକି ମେଳି।

ଚିକେନ ଫିଷ୍ଟ୍‌ ବି ହୁଏ ମିଟିଙ୍ଗ୍‌ରେ

     ମଦ ଟାଙ୍କି ଖୋଲିଯାଏ,

ମାସକ ଆଇଁଷ ଖାଇବେନି ଯେଣୁ

     ଅରୁଚିଟା ଛଡାଯାଏ।

କେତେ ଜଣ ଯିବେ ବୋଲ୍‌ବମ୍ ନେଇ

      ଲିଷ୍ଟଟିଏ ବନାଯାଏ,

ଡାଲା ଅଟୋ ଆଉ ମାଇକି ବ‌ଇନା

      ସବୁ କଲ୍ କରାଯାଏ।

ବାଟେ ଜାଗାଜାଗା ଖାଦ୍ୟପେୟ ପାଇଁ

      ପୂର୍ବରୁ ବ୍ୟବସ୍ଥା ହୁଏ,

ମ୍ୟାନେଜର ଆଉ ପରିଚାଳନାକୁ

      ଆପ‌ଏଣ୍ଟ୍ ଦିଆଯାଏ।

ଯୁବକ ଗୋଷ୍ଠୀ ଯେ ଅଧିକ ମାତନ୍ତି

      ବୋଲ୍‌ବମ୍ ଯିବା ପାଇଁ,

ଏବେ ବି କେତେକ ମହିଳା ଭକତ

      ସାମିଲ୍ ‌ହେଲେଣି ଯାଇ।

ପାଣିଭାର ନେଇ ବାଟେ ଯାଉଥିଲେ

      କଥା ଦିଆ ନିଆ ହୁଏ,

କଷ୍ଟ ଅନୁଭୂତି ହୁଏନି ସତେ କି

      ରୋମାନ୍ସ ଚାଲୁଥାଏ।

 କ'ଣ କହିବା ଏହି ତ ଦୁନିଆଁ

      ଠାକୁରଙ୍କୁ ଆଖିଠାର,

ବିନା ମାଇକିରେ ବିନା ଗଞ୍ଜେଇରେ

      ଖୁସି ହେବେନି କି ହର ।

ପାରୁଛ ତ ଯଦି ପର ଉପକାରେ

      ସମୟ ଟିକିଏ ଦିଅ,

ବୋଲ୍ ବମ୍ ଦଳ ଗଢ ମନା ନାହିଁ

      ଅବାଟେ କେବେ ନ ଯାଅ।

ଭକତି ଭାବନା ବାହ୍ୟ ଚକ୍ଷୁରେ ଯେ

     କେବେ ବି ଦିଶୁ ନ ଥାଏ,

ହୋ ହାଲ୍ଲାରେ କି ଶିବ ବର ଦେବେ

     ମୋହର ସନ୍ଦେହ ହୁଏ।


Rate this content
Log in

Similar oriya poem from Comedy