STORYMIRROR

Gitanjali Pujapanda

Classics Others

3  

Gitanjali Pujapanda

Classics Others

ଘୁଙ୍ଗୁର

ଘୁଙ୍ଗୁର

1 min
166

ଘୁଙ୍ଗୁର ଦିଅ ବାନ୍ଧି ନାଚିବା କୁ ଇଛା ହୁଏ

ଦେଵଦାସୀ ଟିଏ ହୋଇ ଶ୍ରୀ ମନ୍ଦିର ରେ ତୋର

କଳିଆ ରେ ମୋ କାଳିଆ ରେ

ମୋ କାଳିଆ ରେ କାଳିଆ ରେ ।

ତୋତେ ନ ଦେଖି ଲେ ଦିନ ସରେ ନାହିଁ

ତୋ କଥା ଭାବିଭାବି ରାତି ଯାଏ ପାହି ।

କାଳିଆ ରେ ମୋ କାଳିଆ ରେ

ନିରୋଳା ରେ ତୋ ପ୍ରୀତୀ ପ୍ରେମ ରେ ବୁଡି

ନାଚୁଥିବି ମୁଜେ ପୟରେ ବାନ୍ଧି ଘୁଙ୍ଗୁର ବେଡି।

ବେଡି ନୁହେଁ ସେ ମୋ ପାଇଁ ପ୍ରେମ

ପୁଷ୍ପାଞ୍ଜଳି ନୀତି ଦେଉଥିବି ତୋ

ପାଦପଦ୍ମ ରେ ଢାଳି ।

କାଳିଆ ରେ ମୋ କାଳିଆ ରେ

ତୋ ଆଗେ ନାଚୁ ନାଚୁ ଯିବ ଛାଡି ପ୍ରାଣବାୟୁ

ସାରିଯାଉ ସେହି କ୍ଷଣେ ମୋର ସବୁ ଆୟୁ ।

କାଳିଆ ରେ ମୋ କାଳିଆ

ପାଦେ ବାନ୍ଧି ଘୁଙ୍ଗୁର ଜନ୍ମ ନେବି ବାରମ୍ବାର

ତୋ ଆଗେ ନାଚିବାକୁ ହୋଇ ଦେଵଦାସୀ

କାଳିଆ ରେ ମୋ କାଳିଆ

ସବୁ ଥରେ ପରି ତୋ ମନ ତୋଷୁଥିବି

ତୋ ରଙ୍ଗ ରେ ହୋଇ ମୁଁ ରଙ୍ଗେଇ ତୋ

ନାଁ କୁ ଗାଉଥିବି ମଥା ନାଇ ତୋ ପ୍ରୀତିଅବିର

ଏତିକି ମାଗୁଣି ଦେଵଦାସୀ ଟି ର ।

ରଖିଥିବୁ ମନ ମଧ୍ୟ ପ୍ରେମକୁ ମୋ ସାଇତି

ଭୁଲିବୁନି ମତେ ରେ କାଳିଆ ପାଇସ୍ପର୍ଶ ମହାଲଷ୍ମୀଙ୍କର ।

କାଳିଆ ରେ ମୋ କାଳିଆ ।

କାଳିଆ ରେ ମୋ କାଳିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics