STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଘଟଗାଁ ତାରିଣୀ

ଘଟଗାଁ ତାରିଣୀ

1 min
254


ଜଗତ ଭବାନୀ ଘଟଗାଁ ତାରିଣୀ

ଗୁଞ୍ଜୁ ଅଛି ନାମ ମନେ,

ତବ ଭକ୍ତି ଶକ୍ତି ସଦା ମିଳୁ ଥାଉ

ଯୋଡି ଦିଅ ମୋର ମନେ।୧।


ତୁହି ମାଆ ତାରିଣୀ ଜଗତ ଭବାନୀ

ଜଗତ କଲ୍ୟାଣ କରୁ,

ତବ ଆଶୀର୍ବାଦେ ସବୁ ତ ମିଳଇ 

ଜନେ ଜନେ ଖୁସି ଭରୁ।୨।


ସମଭାବ ଦୄଷ୍ଟି ପଡେ ମାଆ ତୋହର

ଜଗତର ମାତା ତୁହି,

ଘଟଗାଁ ତାରିଣୀ ଗୁଞ୍ଜୁ ଅଛି ସାରା

ଭକ୍ତଙ୍କର ମାତା ତୁହି।୩।


ଭକ୍ତଙ୍କ ରୋଦନ ତ କର୍ଣ୍ଣେ ବାଜିଲେ

ରହି ପାରୁ ନାହଁ ତୁହି,

ଭକ୍ତଙ୍କର ଦୁଃଖ ଦୂର କରି ଦେଉ

କରୁଣାମୟୀ ମାଆ ତୁହି।୪।


ତବ ଭକ୍ତି ବଳେ ସବୁ ସିଦ୍ଧି ହୁଏ

ଅପୂର୍ବ ତବ ମହିମା,

ଅସମ୍ଭବ ସବୁ ସମ୍ଭବ କରୁଟି

ସର୍ବଶକ୍ତିମୟୀ ତୁ ମାଆ।୫।


ନଡ଼ିଆର ଭୋଗ ତ ଚରଣେ ଲାଗେ

ନଡ଼ିଆର ସିମା ନାହିଁ,

କୋଟି କୋଟି ହୁଏ ନଡ଼ିଆର ସଂଖ୍ୟା

କିପରି ବର୍ଣ୍ଣିବି ତହିଁ।୬।


ଶଙ୍କା ସିନ୍ଦୂର ମାଆ ଅର୍ପଣ ହୁଅଇ

କଳାମେଘି ଶାଢୀ ସଙ୍ଗେ,

ଚୁଡି ସାଡି ସଙ୍ଗେ ପୂଜାର ନୈବେଦ୍ୟ

ଭକ୍ତ ଦେଉ ଥାଏ ସଙ୍ଗେ।୭।


ପବିତ୍ର ଭୂମିରେ ତାରିଣୀଙ୍କ ରାବ

ଗୁଞ୍ଜୁ ଥାଏ ଭକ୍ତି ଭରେ,

ଘଟଗାଁ ତାରିଣୀ ଅଭୟ ଦିଅନ୍ତି

ନାମ ଗୁଞ୍ଜୁ ଥାଏ ଜୋରେ।୮।


ତୁହି ମାଆ ମଙ୍ଗଳା ତୁହି ମାଆ ସାରଳା

ତୁହି ଆଦି ଶକ୍ତି ମାତା

ତବ ମହିମାଟି ଦେବେ ଅଗୋଚର

କିପରି ବର୍ଣ୍ଣିବି ମାତା।୯।


ଅପୁତ୍ରିକ ନାରୀ ପୁତ୍ର ଦାନ ପାଏ

ନିର୍ଦ୍ଧନ ପାଏ ଟି ଧନ,

ସଙ୍କଟେ ପଡିଣ ତ ନାମ ଡାକିଲେ

ରଖୁ ମାତା ତାର ମାନ।୧୦।


ଜଗତ ଭବାନୀ ଘଟଗାଁ ତାରିଣୀ

ଗୁଞ୍ଜୁ ଅଛି ନାମ ମନେ

ତବ ଭକ୍ତି ଶକ୍ତି ସଦା ମିଳୁ ଥାଉ

ଯୋଡି ଦିଅ ମୋର ମନେ।୧୧।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational