STORYMIRROR

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ଘର ମୋର ଶିରୀମନ୍ଦିର

ଘର ମୋର ଶିରୀମନ୍ଦିର

1 min
157


  ଝାଟି ମାଟିରେ ଘର ମୋର 

  ଖରା କି ବର୍ଷାକୁ ନାହିଁ ଖାତିର 

  ମାଟିର ମଣିଷ ମୁଁ 

  ସୁରୁଜ ଉଇଁଲେ କ୍ଷେତକୁ ବାହାରେ 

  ଏଇ ମାଟି ସାଥେ ଦିନ ବିତିଯାଏ 

  କୃଷକ ଭାଇଟେ ମୁଁ ll


  ଧନ ରତ୍ନକୁ ନାହିଁ ମୋ ଲୋଭ 

  ପ୍ରାସାଦ ଅଟ୍ଟାଳିକାକୁ ନାହିଁ ନଜର 

   ମୋ ମାଟି ମାଆ ମୋ ନିଜର 

  ଏଇ ମାଟିରେ ଜନମ ମୋର 

  କର୍ମ ଭୂମି ବି ଏଇ ମାଟିର 

  ସୁନା ଫଳାଏ ମୁଁ  ll


  ମାଟିର ଘର ମୋ ସରଗପୁର 

  ମୋ ପାଇଁ ସେ ଘର ଶିରୀ ମନ୍ଦିର 

  ସ୍ୱପ୍ନ ଦେଖେ ମୋ ଖୁସି ପରିବାର 

  ସ୍ୱପ୍ନ ଦେଖେ ମୋ ଭବିଷ୍ୟତର 

  ଉଚ୍ଚ ଆଶା କେବେ କରିନାହିଁ 

  ଈଶ୍ୱରଙ୍କ ପାଖେ ସବୁ ସମର୍ପି 

  ନିଜ ଉପରେ ଭରସା କରି 

  ଯାହା ପାଅଇ ଖୁସିରେ ନିଅଇ ll


  ଏଇ ଘର ମୋର ମନ୍ଦିର 

  ଏଇ ଘରେ ଜନମ ମୋର 

  ବାପା ବୋଉ ମୋ ଦେବତା ମୋର 

 ହେଉ ସେ ମାଟି ହେଉ ବା ଝାଟି 

  ମୋ ପାଇଁ ଏ ଘର ଶିରୀମନ୍ଦିର ll

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational