ଗହଣା
ଗହଣା
ଲାଜ ମୋ ଗହଣା
ସେବା ପରୋପକାର
ମୋର ଓଢଣା
ଭଲପାଇବା ମୋ ଧର୍ମ
ଅନ୍ୟାୟ ବିରୋଧ ରେ
ଲଢ଼ିବା ମୋ କର୍ତଵ୍ୟ
ଜୀଵନ ମୋର ଦର୍ଶନ
ଦୂର ପାହାଡ଼ ଭଳି
ଜୀଵନ ଯେବେ
ସୁନ୍ଦର ଲାଗେ
ସେତିକିବେଳେ
ଜୀଵନ ମୁହଁ ମୋଡେ
ଭଲପାଇବା ଧର୍ମରେ
ମୁଁ ଯେବେ ଦୀକ୍ଷିତ ହୁଏ
ଜୀଵନ କୁ ଭଲ ପାଏ ସିନା
ଜୀଵନ ବସ୍ତାବତା ଠାରୁ
ଦୂରେଇଯାଏ.........
