ଗଛଟିଏ ମୁଁ କହୁଛି
ଗଛଟିଏ ମୁଁ କହୁଛି
କିଏ ଜଣେ ମୋତେ କିଛି କହୁ ଥିଲା
ସପନ ରେ କାଲି ଦେଖିଲି
ନିଦ ଭାଙ୍ଗି ଗଲା କିଏ ସେ ବୋଲି ସେ
ଏଣେ ତେଣେ ବୁଲି ଚାହିଁଲି
ଝାପସା ଝାପସା ତା ରୂପ ମାଧୁରୀ
ଆଖି ଆଗେ ନାଚି ଉଠିଲା
କିଏ ତୁମେ ବୋଲି ପଚାରିଲି ଯେବେ
ମୁଁ ଗଛ ଟିଏ ବୋଲି କହିଲା
କାହିଁକି ଆସିଛ କି କାମ ମୋଠାରେ
ସ୍ୱପନେ ଆସିଲ କାହିଁ
ଉତ୍ତର ରେ ତାର ବ୍ୟାକୁଳତା ଥିଲା
କହିଲା ମୁହଁ ଶୁଖାଇ
ତୁମ କଥା ମୁହିଁ ଜାଣିଛି ବୋଲି କି
ଭରସା ରେ ସବୁ କହିବି
ମୁଁ କହିଲି କୁହ ତୁମ ମନ କଥା
ନିଜେ ଜାଣି ସଭିଙ୍କୁ ଜଣାଇବି
ତାପରେ କହିଲା ତା ଦୁଃଖ ଯନ୍ତ୍ରଣା
ଶୁଣି ଥରିଲା ମୋ ଛାତି
ମିଛ ଅହଂକାର ଭାଙ୍ଗିଗଲା ମୋର
କେତେ ଅନ୍ୟାୟ ତା ପ୍ରତି
ସେ କହୁ ଥିଲା ମଣିଷ ଭାଇ ହେ
ଅକାରଣେ ମୋତେ ହାଣ ନା
ଫୁଲ ଫଳ କାଠ ପତର ଦେଉଛି
ଏକଥା କୁ କିଆଁ ବୁଝ ନା
ହାଣି ହାଣି ମୋତେ ଶିରିହୀନ କରି
କିବା ସୁଖ ତୁମେ ପାଉଛ
ଗଛ ଟିଏ ବୋଲି ଚାହେଁ କି ଅହିତ
ପର କିଆଁ ମୋତେ କରୁଛ
ଆମକୁ ତମକୁ ଏ ସାରା ବିଶ୍ୱ କୁ
ଗଢ଼ିଛନ୍ତି ଯେଉଁ ଇଶ୍ୱର
ତାଙ୍କ ବାଣୀ ପରା ଭଲ କାମ କରି
ମର୍ଯ୍ୟାଦା ରଖିବା ବିଶ୍ୱର
ବିଜ୍ଞାନ ର ଆଜି ଦ୍ରୁତ ଅଗ୍ରଗତି
ପରିବେଶ ପ୍ରଦୂଷଣ
ଜଳ ଵାୟୁ ସୁନା ଅତି କଳୁଷିତ
ସବୁରି ଅସ୍ଥିର ପ୍ରାଣ
ଆପଣା ଗୋଡ ରେ କୁରାଢ଼ୀ ମାରୁଛ
ଭାବୁ ନାହଁ ଆଗ ପଛ
ସବୁଜ ଶ୍ୟାମଳ ମୋ ବନାନୀ ନାଶି
କିସ ଲାଭ ପାଉ ଅଛ
ଗ୍ରୀଷମ ର ଦାଉ ସମ୍ଭାଳି ପାରୁନା
ବଢ଼ି ବଢ଼ି ଯାଏ ତାତି
ଦିନଯାକ ଦେଖ ଡହଳ ବିକଳ
ଅନିଦ୍ରା ରେ କାଟ ରାତି
ଖୁସିରେ ଗଡୁଛ କଳ କାରଖାନା
ସହର ବଜାର ଯେତେ
ନିଜ ସୁଖ ପାଇଁ ମୋ ପ୍ରାଣ ନେଉଛ
କେଉଁ ଅଧିକାରେ ସତେ
ମୁଁ କହୁଛି ବୋଲି ରାଗ କରିବନି
ତୁମ ମୁଣ୍ଡେ ନାହିଁ ଚିନ୍ତା
ଉତ୍ତାପ ବଢୁଛି ବରଷା କମୁଛି
ଚାରିଆଡେ ଏହି କଥା
ଜାଣି ଶୁଣି କାହିଁ ଅପକର୍ମ କର
ଆପଣାର ସୁଖ ପାଇଁ
ସେ କରମ ଲାଗି ଫଳ ତ ଭୋଗିବ
ବିଚାର କରିବେ ସାଇଁ
ତୁମ ପୂର୍ବ ପୁରୁଷ ଦେବତା ସଦୃଶ
ପୂଜା କରୁଥିଲେ ମୋତେ
ମୋର ଫଳ ଫୁଲ କାଠ ଓ ପତର
ଲାଗୁଥିଲା ଓଷାବ୍ରତେ
ଅଂଶୁମାନ ରଶ୍ମି ପ୍ରଖର ହୋଇଲେ
ସୃଷ୍ଟି ହୁଏ ଅଂଶୁଘାତ
ସେ ଆଘାତ ପାଇ କେତେ ଯେ ମରନ୍ତି
ବିଜ୍ଞାନ ର ଏହା ମତ
ମୋତେ ବନ୍ଧୁ ଭାବି ମୋତେ ଭଲ ପାଅ
ମୋ ଜୀବ ସୁରକ୍ଷା କର
ଜଙ୍ଗଲ ସୁରକ୍ଷା କଲେ ସିନା ଯାଇ
ଅଂଶୁଘାତ ହେବ ଦୂର
ହାତ ଯୋଡି ଆଜି ନିବେଦନ କରେ
ପାଗଳାମି ଛାଡିଦିଅ
ଗଛ କଟା କଥା ମନୁ ପୋଛିଦେଇ
ନୂତନ ଗଛ ଲଗାଅ
ଗ୍ରାମ ସହରରେ ସଚେତନ କର
ଜନସଂଖ୍ୟା ନିୟନ୍ତ୍ରଣ
ସାନ ଠାରୁ ବଡ ସଭିଙ୍କୁ କହନ୍ତୁ
କରିବେ ଚାରା ରୋପଣ
