STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଗଛଟିଏ ମୁଁ କହୁଛି

ଗଛଟିଏ ମୁଁ କହୁଛି

2 mins
281

କିଏ ଜଣେ ମୋତେ  କିଛି କହୁ ଥିଲା  

   ସପନ ରେ କାଲି ଦେଖିଲି  

ନିଦ ଭାଙ୍ଗି ଗଲା  କିଏ ସେ ବୋଲି ସେ 

   ଏଣେ ତେଣେ ବୁଲି ଚାହିଁଲି


ଝାପସା ଝାପସା  ତା ରୂପ ମାଧୁରୀ 

    ଆଖି ଆଗେ ନାଚି ଉଠିଲା 

କିଏ ତୁମେ ବୋଲି  ପଚାରିଲି ଯେବେ 

   ମୁଁ ଗଛ ଟିଏ ବୋଲି କହିଲା


କାହିଁକି ଆସିଛ  କି କାମ ମୋଠାରେ 

    ସ୍ୱପନେ ଆସିଲ କାହିଁ 

ଉତ୍ତର ରେ ତାର  ବ୍ୟାକୁଳତା ଥିଲା 

    କହିଲା ମୁହଁ ଶୁଖାଇ


ତୁମ କଥା ମୁହିଁ  ଜାଣିଛି ବୋଲି କି 

   ଭରସା ରେ ସବୁ କହିବି 

ମୁଁ କହିଲି କୁହ  ତୁମ ମନ କଥା 

  ନିଜେ ଜାଣି ସଭିଙ୍କୁ ଜଣାଇବି


ତାପରେ କହିଲା  ତା ଦୁଃଖ ଯନ୍ତ୍ରଣା 

   ଶୁଣି ଥରିଲା ମୋ ଛାତି 

ମିଛ ଅହଂକାର  ଭାଙ୍ଗିଗଲା ମୋର

   କେତେ ଅନ୍ୟାୟ ତା ପ୍ରତି


ସେ କହୁ ଥିଲା  ମଣିଷ ଭାଇ ହେ 

   ଅକାରଣେ ମୋତେ ହାଣ ନା 

ଫୁଲ ଫଳ କାଠ  ପତର ଦେଉଛି 

   ଏକଥା କୁ କିଆଁ ବୁଝ ନା


ହାଣି ହାଣି ମୋତେ  ଶିରିହୀନ କରି 

    କିବା ସୁଖ ତୁମେ ପାଉଛ 

ଗଛ ଟିଏ ବୋଲି  ଚାହେଁ କି ଅହିତ 

   ପର କିଆଁ ମୋତେ କରୁଛ

ଆମକୁ ତମକୁ  ଏ ସାରା ବିଶ୍ୱ କୁ 

    ଗଢ଼ିଛନ୍ତି ଯେଉଁ ଇଶ୍ୱର 

ତାଙ୍କ ବାଣୀ ପରା  ଭଲ କାମ କରି 

    ମର୍ଯ୍ୟାଦା ରଖିବା ବିଶ୍ୱର


ବିଜ୍ଞାନ ର ଆଜି  ଦ୍ରୁତ ଅଗ୍ରଗତି 

    ପରିବେଶ ପ୍ରଦୂଷଣ 

ଜଳ ଵାୟୁ ସୁନା  ଅତି କଳୁଷିତ 

    ସବୁରି ଅସ୍ଥିର ପ୍ରାଣ 


ଆପଣା ଗୋଡ ରେ  କୁରାଢ଼ୀ ମାରୁଛ

    ଭାବୁ ନାହଁ ଆଗ ପଛ 

ସବୁଜ ଶ୍ୟାମଳ  ମୋ ବନାନୀ ନାଶି  

    କିସ ଲାଭ ପାଉ ଅଛ


ଗ୍ରୀଷମ ର ଦାଉ   ସମ୍ଭାଳି ପାରୁନା

    ବଢ଼ି ବଢ଼ି ଯାଏ ତାତି  

ଦିନଯାକ ଦେଖ    ଡହଳ ବିକଳ

    ଅନିଦ୍ରା ରେ କାଟ ରାତି


ଖୁସିରେ ଗଡୁଛ   କଳ କାରଖାନା 

      ସହର ବଜାର ଯେତେ 

ନିଜ ସୁଖ ପାଇଁ   ମୋ ପ୍ରାଣ ନେଉଛ 

      କେଉଁ ଅଧିକାରେ ସତେ


ମୁଁ କହୁଛି ବୋଲି   ରାଗ କରିବନି 

     ତୁମ ମୁଣ୍ଡେ ନାହିଁ ଚିନ୍ତା 

ଉତ୍ତାପ ବଢୁଛି    ବରଷା କମୁଛି 

     ଚାରିଆଡେ ଏହି କଥା


ଜାଣି ଶୁଣି କାହିଁ    ଅପକର୍ମ କର 

       ଆପଣାର ସୁଖ ପାଇଁ 

ସେ କରମ ଲାଗି   ଫଳ ତ ଭୋଗିବ

       ବିଚାର କରିବେ ସାଇଁ


ତୁମ ପୂର୍ବ ପୁରୁଷ    ଦେବତା ସଦୃଶ 

       ପୂଜା କରୁଥିଲେ ମୋତେ 

ମୋର ଫଳ ଫୁଲ   କାଠ ଓ ପତର 

        ଲାଗୁଥିଲା ଓଷାବ୍ରତେ


ଅଂଶୁମାନ ରଶ୍ମି    ପ୍ରଖର ହୋଇଲେ 

      ସୃଷ୍ଟି ହୁଏ ଅଂଶୁଘାତ 

ସେ ଆଘାତ ପାଇ    କେତେ ଯେ ମରନ୍ତି 

       ବିଜ୍ଞାନ ର ଏହା ମତ


ମୋତେ ବନ୍ଧୁ ଭାବି   ମୋତେ ଭଲ ପାଅ 

       ମୋ ଜୀବ ସୁରକ୍ଷା କର 

ଜଙ୍ଗଲ ସୁରକ୍ଷା     କଲେ ସିନା ଯାଇ 

      ଅଂଶୁଘାତ ହେବ ଦୂର


ହାତ ଯୋଡି ଆଜି    ନିବେଦନ କରେ 

      ପାଗଳାମି ଛାଡିଦିଅ 

ଗଛ କଟା କଥା    ମନୁ ପୋଛିଦେଇ 

      ନୂତନ ଗଛ ଲଗାଅ 


ଗ୍ରାମ ସହରରେ   ସଚେତନ କର 

     ଜନସଂଖ୍ୟା ନିୟନ୍ତ୍ରଣ 

ସାନ ଠାରୁ ବଡ    ସଭିଙ୍କୁ କହନ୍ତୁ 

      କରିବେ ଚାରା ରୋପଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract