STORYMIRROR

Ashutosh Swain

Abstract

2  

Ashutosh Swain

Abstract

ଗଛଟିଏ ହେବି

ଗଛଟିଏ ହେବି

1 min
366

ଗଛଟିଏ ହେବି ଗଛଟିଏ

ମନ ଓ ପ୍ରାଣରେ

ନିତିଦିନ ମୁହିଁ

ତୁମରି ସେବାରେ ଲାଗିଥିବି


ବଂଚିଲେ କରିବି ସେବା

ମଲେ ବି କରିବି ସେବା

ସେବା ଯେ ପରମ ଧର୍ମ

ବୁଝିବା ତାହାରି ମର୍ମ


ଫୁଲଫଳ ଯେତେ

ସଂଚୟ କରିବି

ସବୁରି ତୁମକୁ ଦେବି

ମନରେ କିଛି ନଭାବି


ଗ୍ରୀଷ୍ମ ଅବକାଶେ

ଛାଇଦେଇ ମୁହିଁ

ଜନମନ ହରିନେବି

ନିତିସେବା କରୁଥିବି


ଡାଳ ପତ୍ର ଯେତେ

ଚେର ମୂଳ ଆଦି

ତୁମ ସକାଶେ ତେଜିବି

ତିଳେ ହେଲେ ନଭାବିବି


ଶୀତଳ ବାଆ ଯେ 

ବହିବି ନିତି ମୁଁ

ସଦା ନମ୍ର ହୋଇଥିବି

ଗର୍ବଭାବ ନରଖିବି


ଯେତେ ଧନ ମୁହିଁ

ସଂଚିଥିଲେ ପଛେ

ସଦା ନଇଁ ରହୁଥିବି

ଫୁଲଫଳେ ଭରିଯିବି


ଯେତେ ଦୁଖ କଷ୍ଟ

ମିଳିଲେ ବି ମତେ

ମଥାପାତି ଯିବି ସହି

ପଛଘୁଂଚା ଦେବି ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract