STORYMIRROR

Prafulla Chandra Mishra

Tragedy Others

4  

Prafulla Chandra Mishra

Tragedy Others

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
223

           

ମୋର ଅନ୍ୟନାମ    ମହୀରୁହ ମୁଁ     ମୁର୍ତ୍ତିକା ସଂରକ୍ଷଣ

ପାଇଁକି ଧରାରେ   ମାଟି ଧରିରଖେ   ଚେରକରି ପ୍ରସାରଣ ।।


ପର ଉପକାର  କରିବା ପାଇଁକି  ବିଧାତା କରିଛି ସୃଷ୍ଟି

ତଥାପି ମଣିଷ ମୋଟେ ନବୁଝଇ ନେଇଯାଏ ମୋତେ କାଟି ।।


ଅଙ୍ଗାରକାମ୍ଳ ଯେ  ମୋହର ନିଶ୍ଵାସ ପ୍ରଶ୍ଵସ ମୋ ଅମ୍ଳଜାନ

ଯେଉଁ ଅମ୍ଳଜାନ  ପାଇଁ ଏ ମଣିଷ  ଧାରଣ କରିଛି ପ୍ରାଣ ।।


ଛାୟା ଦେଇଥାଏ  ନିଦାଘେ, ମୋ ପାଇଁ  ପ୍ରବାହେ ଶୀତଳ ବାଆ

ମୋ ପାଇଁ ବରଷା  ଘନିଭୂତ ହୋଇ  ଧରାରେ ବିସ୍ତରେ କାୟା ।।


ମୁଁ ଫୁଟାଇ ଥାଏ   ନାନାଦି ରଙ୍ଗର   ମଧୂ ସଉରଭ ଫୁଲ

ପ୍ରଦାନ କରଇ   ଜନ ଜୀବନରେ   ନାନାଦି ରସାଳ ଫଳ ।।


ମୋ ଅଙ୍ଗୁ ଅନେକ  ଉତ୍ତମ ଔଷଧ   ସରଜନା ହୋଇଥାଏ

ପର ଉପକାର   ପାଇଁ ଅକାତରେ    ଜୀବନ ଉତ୍ସର୍ଗିଦିଏ ।।


ପତ୍ର,ଫୁଲ,ଫଳ,  ଚେର, ବଳ୍-କଳ  ସବୁ ମୋ ଆୟୁର୍ବେଦୀୟ

ଶାସ୍ତ୍ରେ ସନ୍ନିହିତ  ହୋଇଛି ମୋହର   ନକର ରେ ଅପଚୟ ।।


ମୋ ଅଙ୍ଗ ଜାଳେଣି  କର କେତେ ପୁଣି  ଗୃହର ଉପକରଣ 

ବୈଠକ ଖାନା ରେ  ଖଟ ସୋଫା କରି  କରୁଛ ଶୋଭା ବର୍ଦ୍ଧନ ।।


ଆଉ କେତେ “ଉପ-  କାର; ମୁଁ କରିଲେ ବୁଝିବ ମୋ ମହାନତା

ଏଡିକି ଅବୋଧ  ଏ ମଣିଷ ଜାତି   କାଟିକରେ ମତେ ପଦା ।।


ନିଜ ର ଦୁର୍ଭାଗ୍ୟ  ଡାକଇ ମଣିଷ   ନିଜ ଗୋଡ଼ରେ କୁଠାର

ମାରି; ନିଜ “ନିସ- ହାୟତା; ପ୍ରକାଶେ  ପ୍ରଳୟ ଡାକେ ବିଶ୍ଵର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy