STORYMIRROR

Tikeshwar Sahu

Inspirational

3  

Tikeshwar Sahu

Inspirational

ଗଛ

ଗଛ

1 min
171


ମହୀ ମଧ୍ୟେ ସାର ଗଛଲତା ହାର ମୁକୁତାମଣିରେ ତୁଲ,

ଦିଏ ଫଳମୂଳ ଡାଳପତ୍ର ଫୁଲ

ସଂସାର ସାଗର ମୂଲ । ୧।

ବାଟୋଇକୁ ଛାଇ ବୃକ୍ଷଲତା ଦେଇ କରିଥାଏ ମହାପୁଣ୍ୟ,

ଯାହା ଉତପନ୍ନ ଗଛ କରିଥାଏ ସବୁ କରିଦିଏ ଦାନ।୧।

ସବୁଠୁଁ ମହାନ ଜନ୍ମଦାତ୍ରୀ ମାଆ ତା ପରେ ଜନମଭୂଇଁ ,

ହେଲେ ବୃକ୍ଷଲତା ମହାନ ଅଟଇ ଫଳ ମୂଳ ଖାଦ୍ୟ ଦେଇ ।୩।

ତୋ ପାଇଁ ଜନମ ତୋ ପାଇଁ ମରଣ ତୋର ଦାନ ଅମ୍ଳଜାନ,

ଜୀବନ ବାୟୁକୁ କରୁଛୁ ପ୍ରଦାନ ହୋଇଛୁ ତେଣୁ ମହାନ ।୪।

ସୁଲୁସୁଲୁ ବାଆ ପତର ଗହଳେ ଗୀତ ଗାଏ ଗୁଣୁଗୁଣୁ ,

କୋଇଲିର ତାନ ପକ୍ଷୀ ରବ ଗାନ ମନ ମୋହେ ଶୁଣୁ ଶୁଣୁ । ୫ ।

ସବୁଜିମା ଭରା ଏ ସବୁଜ ଧରା ଗଛର ପତର ପାଇଁ,

ସୁନ୍ଦର ଧରଣୀ ସବୁଜ ବରଣୀ ଗଛର ପ୍ରକୃତି ସେଇ । ୬।

ପକ୍ଷୀ ବାସ ପାଇଁ ରଖିଅଛୁ ଡାଳ ଗଛ ଗଣ୍ଡିରେ କୋରଡ଼,

କଳରବ କରି କୋଳାହଳ ହୁଏ ସୁଖଦ ଲାଗଇ ବଡ଼ । ୭ ।

ମେଘ ବଉଦକୁ କରେ ସମ୍ଭାଷଣ ଗଛ ପତରଟି ବସି,

ଆହୁଲା ହାତରେ ଡ଼ାକଇ ମେଘକୁ ଡାକ ପାରି ହସି ହସି ।୮।

ଗଛରେ ମୋହନ ମୋହନ ସେ ବେଣୁ କଦମ୍ବ ଡାଳରେ ବସି,

ଯମୁନା ଜଳରେ ଗଛ ଛାଇ ଦିଶେ ଜୀବନ ଗୋଲାପ କଷି । ୯ ।

ଗଛ ମୋ ଜୀବନ ଜୀବନର ଧନ ପରମାତ୍ମା ଜଗନ୍ନାଥ,

ଗଛ ବ୍ରହ୍ମଯୁକ୍ତ ଜୀବ କରେ ମୁକ୍ତ ଗଛ ହିଁ ଦେଖାଏ ପଥ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational