STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଗଛ ଟିଏ ମୋତେ କର,

ଗଛ ଟିଏ ମୋତେ କର,

1 min
316


ଗଛ ଟିଏ ମୋତେ କର ମହାପ୍ରଭୁ

   ଗଛଟିଏ ମୋତେ କର

ଜୀବନ ରେ ଥାଇ ସାରା ଜଗତର

  କରୁଥାଏ ଉପକାର।


ଖରା କି ବରଷା ଶୀତ କି କାକର

 ଝଡ଼ ଅବା ଅଂଶୁଘାତ

ସବୁ ସହି ମୁଁ ଯେ କରୁଥାଏ କାର୍ଯ୍ୟ

  ଆସୁ ଘାତ ପ୍ରତିଘାତ।


ଜୀବ ଜଗତ ର କରି ଉପକାର କରି

  ଚାଲି ଗଲେ ମୋ ଜୀବନ  

ପ୍ରତିଟି କ୍ଷଣ ମୋ ପର ର ସେବାରେ

  ତୃପ୍ତ ହୋଇବ ମୋ ପ୍ରାଣ।


ହେ କଳା ଠାକୁର ନିବେଦନ ମୋର

  ପ୍ରତି ଜନ୍ମେ ଗଛ କର

ତେବେ ସିନା ପ୍ରଭୁ ଏ ଜନ ସିନା

  ସାର୍ଥକ ହୋଇବ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational