ଗଛ ଟିଏ ମୋତେ କର,
ଗଛ ଟିଏ ମୋତେ କର,


ଗଛ ଟିଏ ମୋତେ କର ମହାପ୍ରଭୁ
ଗଛଟିଏ ମୋତେ କର
ଜୀବନ ରେ ଥାଇ ସାରା ଜଗତର
କରୁଥାଏ ଉପକାର।
ଖରା କି ବରଷା ଶୀତ କି କାକର
ଝଡ଼ ଅବା ଅଂଶୁଘାତ
ସବୁ ସହି ମୁଁ ଯେ କରୁଥାଏ କାର୍ଯ୍ୟ
ଆସୁ ଘାତ ପ୍ରତିଘାତ।
ଜୀବ ଜଗତ ର କରି ଉପକାର କରି
ଚାଲି ଗଲେ ମୋ ଜୀବନ
ପ୍ରତିଟି କ୍ଷଣ ମୋ ପର ର ସେବାରେ
ତୃପ୍ତ ହୋଇବ ମୋ ପ୍ରାଣ।
ହେ କଳା ଠାକୁର ନିବେଦନ ମୋର
ପ୍ରତି ଜନ୍ମେ ଗଛ କର
ତେବେ ସିନା ପ୍ରଭୁ ଏ ଜନ ସିନା
ସାର୍ଥକ ହୋଇବ ମୋର।