Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Children

3  

Suresh chandra Padhy

Children

ଗଛ ବିନା ରଜ ଦୋଳି

ଗଛ ବିନା ରଜ ଦୋଳି

1 min
143



ରଜ ଦୋଳିରେ ସଖି ଆସ ବସିବା

ସାଥି ହୋଇ ଏକାଠି ଆମେ ଖେଳିବା ।


ଫୁଲ ରେ ଦୋଳି କୁ ଦେବା ସଜାଇ

ରଜ ଆସିଛି ମନରୁ ରୋଷ ଦେବା ଦୁରେଇ ।


ରଜ ଦୋଳି ରେ ଆସ ଆମେ ଝୁଲିବା

ରଜ ଗୀତ ଆସ ସଭିଏଁ ଏକାଠି ଗାଇବା ।


ରଜରେ ରଜନୀଗନ୍ଧାକୁ ଦେବା ସଜାଇ

 ପାଦେ ଅଳତା ହାତେ ମେହେନ୍ଦି ଦେବା ଲଗାଇ ।


ପୋଡ଼ ପିଠା ଖାଇ ଆସ ବୁଲି ବାକୁ ଯିବା

ମିଠା ପାନ ଖାଇ ପାଟି କୁ ରଙ୍ଗେଇ ମଉଜ କରିବା ।


ରଜର ରାଣୀ ଆମେ ନ ଲାଗୁ କାହା ନଜର

ରଜ ଦୋଳି ରେ ବସିବା ଭାବିବାନି କାହାକୁ ପର ।


Rate this content
Log in

Similar oriya poem from Children