STORYMIRROR

SANJAYA KUMAR BEHERA

Tragedy Others

3  

SANJAYA KUMAR BEHERA

Tragedy Others

ଗାଁରେ ଗ୍ରୀଷ୍ମ

ଗାଁରେ ଗ୍ରୀଷ୍ମ

1 min
410

ସଜ ଆଖୁପଣା ,ମହୁଲର ବାସ୍ନା 

ଆମ୍ବ ବଉଳର ବାସ

ଗୁଟିକା ମାଆ'ର ମହୁଲ ଡଲାରୁ ଥପଥପ

ଝରେ ସଜ ମହୁଲର ରସ

ମଇଁଷିର ଦହି ,କଞ୍ଚା ଲଙ୍କା ଲୁଣ ବାସିଭାତ ବଡି ଚୁରା

ସଜନା ଶାଗକୁ ଖୋଜିଲେ ମିଳେନା

ବୁଲିଲେ ମୋ ଗାଁଆ ସାରା।


କଷି କାକୁଡ଼ି,କଞ୍ଚା ଆମ୍ବଛେଚା

ନୁଆଁ ବହୁଗାଳି ,ଗୁଡପଣା ଜାମ୍ମୁକୋଳି ,

ପୋଖରୀ ଗାଧୁଆ କାଦୁଅରେ ମାଛ ଧରା

ଗାଁଆ ସାରା ଟୋକା ଭୁଲି ସାରିଲେଣି

ଗାଁଆକୁ ଧାରାକୁ ମଣିଲେ ସରା ।


ନୁଆଁ ବହୁ ଆଉ ଶାଢୀ ପିନ୍ଧୁନାଇଁ,

ପିନ୍ଧୁଅଛି ମେକ୍ସି ଦିଶୁଅଛି ସେକ୍ସି 

ଟୋକା ଚାହାନ୍ତିନି ,ଚାହୁଁଥାନ୍ତି ପାରୁବୁଢା

କୁହା କୁହିହ୍ୱନ୍ତି ,ଘୋର କଳିକାଳ ଧର୍ମ 

ସହିବନି ,ଏପରିହବଟା ଉଚିତ ନୁହଁଇ 

ସହର ନୁହେଁଏ ଆମ ଗାଁଆ ଆମପଡା ।



ସୋଢା ପାଣି ଟିକେ ପିଇଲେ ରାସ୍ତାରେ ,

ଯୋବା ପୁଅଝିଅ ଗପିଲେ ରାସ୍ତାରେ 

ନିଦ ହଜିଯାଏ ବୁଢାବୁଢିଙ୍କର

ମଦୁଆ କହନ୍ତି ଝିଅପାଇଁ ଜ୍ୱାଇଁ ,

ପୁଅପାଇଁ ବହୁ ଖୋଜିବାରେ ବ୍ୟସ୍ତ

କାଳେ, ନାକ କଟିଯିବ ଏଇମାନଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy