STORYMIRROR

Kulamani Sarangi

Classics Others

2  

Kulamani Sarangi

Classics Others

ଗାଁର ଶିବମନ୍ଦିର

ଗାଁର ଶିବମନ୍ଦିର

1 min
9.2K



(ପଲ୍ଲୀ କବିତା)

------------------

ଗାଁ'ର ଶିବ ମନ୍ଦିର,

ଦେଖିଲାଣି କେତେ କେତେ ହୁନ୍ଦର,

କିଏ ହିସାବ ରଖିଚି ତାର?


'ବଣି' ଭାଇ ଏକ ଥିଲା,

'ବଗୁଲୀ' ନାନୀକି ପେମ କରିଲା,

ସବୁଦିନ ଧର୍ମ ମଡେଇଲା।

ଅନ୍ଧାରୁ ମନ୍ଦିରେ ବିଜେ,

ବେଳବୁଡ ହେଲେ ଘଣ୍ଟି ବାଆଜେ,

ପେମ ପାଲା ଲାଗେ ସବୁ ସଞ୍ଜେ।


'ଫୁକୁ' ଦଦା ଏକ ଥିଲ,

ଦଶଦିନ ସେ ଅଧିଆ ପଡିଲା,

ଜିଭ ଅଧାକାଟି ଥୋଇଦେଲା।

ଜିଭ ତାର ଗଲା ପାଚି,

ମାସେ ମେଡିକାଲ ରହି ଆଇଚି,

ଜିଭ ଆଉ କଁ' କଅଁଳୁଚି?

ଥିଲା ତା ପେମ ବେପାର,

କହିବାକୁ ନାଜ ହଉଚି ତାର

ଉଡିଗଲା ଚିଡିଆ ଫୁ--ଉର।


ଆଉ ଜଣେ ଥିଲ ଦାମ,

ମଡେଇଲା ତାକୁ ନିତି ଧରମ,

ବେଢା ଭିତରେ ଫୁଙ୍କେ ଚିଲମ।

ବାଜିଲେ ରାତି ଆଆଠ,

ଦେଉଳ ମଣ୍ଡପେ କରି ବଇଠ,

ଠିପିଖୋଲାରୁ ହୁଏ ଆକଣ୍ଠ।


ଭଗତ ମାଇ-ଅଣ୍ଡିରା,

'କାଉଡିଆ' ନାମେ ପିଟି ଡେଙ୍ଗୁରା,

ପାଣି ଢାଳୁସୁନ୍ତି ଗରା ଗରା।

କରନ୍ତି ସୁକୃତ କର୍ମ

କାଉଡିଆଗଣ ଟାଣି ଚିଲମ,

ବେଢା ହୋଇଯାଉଛି ଗରମ।


ଅଛନ୍ତି ଚାରି ପୂଜାରୀ,

ରାଜ୍ୟ ବାହାରର ସିଏ ବଜାରୀ,

ପୂଜା କରନ୍ତି ଦି'ପେଗ୍ ମାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics