STORYMIRROR

ଲିମନ ଦିଦି

Tragedy

3  

ଲିମନ ଦିଦି

Tragedy

ଗାନ୍ଧିଙ୍କୁ ଚିଠି

ଗାନ୍ଧିଙ୍କୁ ଚିଠି

1 min
281


ଜନ୍ମ ଜୟନ୍ତୀର ଅଭିବାଦନ ।

ଜଣାଉ ବାଢି କୋଟି ପ୍ରଣାମ ।।

ଜଗତରେ ଆଜି ହାହାକାର ।

ଜଳ ଥାଇ ବି ଶୋଷରେ ମର ।।

ଜନ୍ତୁପତିଙ୍କର ପ୍ରଭାବ ବେଶି ।

ଜୀବଗୁଡାକ ହୁଅନ୍ତି ପେଶି ।।

ଜାଗି ନାହିଁ ଆଉ ମାନବିକତା ।

ଜଳିଗଲାଣି ଧର୍ମ ସତ୍ୟତା ।।

 ଜୟ ହେଉଅଛି ମିଛମାୟାର ।

ଜିଇଁବାଟା ସତେ ଲାଗେ ଅସାର ।।

ଜହର ପରାୟେ ହୁଏ ସମ୍ପର୍କ ।

ଜାତି କଥାର ହେଲେ ମୁଣ୍ଡ ଟେକ ।।

ଜରୁରୀ ତବ ପ୍ରତ୍ୟାବର୍ତ୍ତନ ।

ଜୀବନ ହୋଇବ ଆନନ୍ଦପୂର୍ଣ୍ଣ ।।


Rate this content
Log in

Similar oriya poem from Tragedy