STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଗାଁ ଘର, ଚାଳ ଛପର

ଗାଁ ଘର, ଚାଳ ଛପର

1 min
116


କେଉଁଠି ଚାଳ ଘରଟିଏ ଦେଖିଲେ

ମନେ ପଡେ ପିଲାଦିନ

ସେହି ପରି ଚାଳ ଘରେ ବିତି ଥିଲା

ନିଜ ଶୈଶବ ଜୀବନ

ନଡ଼ା ବାଉଁଶ ହିଁ ତାପ ନିରୋଧକ

ଖରା ଦିନେ ଉପକାରୀ

ବାହାର ର ଉତ୍ତାପ ନିୟନ୍ତ୍ରଣରେ

ହେଉଥିଲା କାର୍ଯ୍ୟକାରୀ

ବର୍ଷା ଦିନେ ଘର ରହେ ସୁରକ୍ଷିତ 

ପାଣି ରହେନି ଚାଳରେ

ଝଡ ବେଳେ ପାଣି ଟୋପା ଟୋପା ପଡେ

ନଡ଼ା ଉଡ଼ିଯିବା ପରେ

ଶୀତଦିନ କଥା ଆହୁରି ନିଆରା

ଘର ଭିତରେ ଉଷୁମ

ବାହାରେ ଯେତେ ବି ଥଣ୍ଡା ହେଉଥିଲେ

ଘର ଭିତର ଆରାମ

ଖରା ବର୍ଷା ଶୀତ, ତାପ ନିୟନ୍ତ୍ରକ 

ଥିଲା ସେହି ଚାଳଘର

କାଠ ଜାଳି , ମାଟି ହାଣ୍ଡିରେ ରୋଷେଇ

ସ୍ବାସ୍ଥ୍ୟ ପାଇଁ ଉପକାର

ନିଆଁ ଲାଗି ବେଳେ ବେଳେ ଘର ପୋଡ଼ି

ସବୁ ହୁଏ ଛାର ଖାର

ପୁଣି ନଡ଼ା ବାଉଁଶ କରି ସଂଗ୍ରହ 

ହୁଏ ଘରର ଛପର

ଆଧୁନିକ ସଭ୍ୟତାର ଆଢ଼ୁଆଳେ

ଚାଳ ଘର ହୋଇ ଲୋପ

କଂକ୍ରିଟ ଘେର ଭିତରେ ହିଁ ଜୀବନ

ଘର ଭିତରେ ଉତ୍ତାପ

ସମୟ ସ୍ରୋତରେ ହଜି ଯାଇଅଛି

ସେହି ପରିବେଶ,ଘର

ସ୍ମୃତି ମାତ୍ର ରହିଛି ମନ ହୃଦୟରେ

ଗାଁ' ଘର,ଚାଳ ଛପର ।



Rate this content
Log in

Similar oriya poem from Abstract