STORYMIRROR

Narendra Sahu

Tragedy

3  

Narendra Sahu

Tragedy

ଗାଁ ଆଉ ଗାଁ ହୋଇ ନାହିଁ

ଗାଁ ଆଉ ଗାଁ ହୋଇ ନାହିଁ

1 min
8.4K



ଗାଆଁ ଥିଲା ଦିନେ ଅଛି ମୋର ମନେ

ସଂପର୍କରେ ଭାଇ ଭାଇ,

ଖଣ୍ଡି ରାଜନୀତି ଗାଆଁ ସାରା ମାତି

ଗାଁ ଆଉ ଗାଁ ହୋଇ ନାହିଁ।


ମଠ କି ମନ୍ଦିରେ ଭାଗବତ ଘରେ

ପୁରାଣ ଗୀତ ଶୁଭେ ନାହିଁ,

ଗଣ୍ଡଗୋଳେ ଏଠି ବୁଲେ ଖାଲି ଲାଠି

ଗାଁ ଆଉ ଗାଁ ହୋଇ ନାହିଁ।


ସ୍ନେହ ଭାବ ପ୍ରୀତି ମିଛ ପ୍ରତିଶୃତି

ପରସ୍ପରେ ଦୋଷ ଦେଇ,

ଭଦ୍ର ହେବ ଯିଏ ମାଡ ଖାଏ ସିଏ

ଗାଁ ଆଉ ଗାଁ ହୋଇ ନାହିଁ।


ସଞ୍ଜ ହେଲେ ଏଠି ଗପ ଗୁଲି ଖଟି

ଗଲାଣି ସବୁ ଉଭେଇ,

ସଂପର୍କ ତ ଫିକା କାହିଁ ଆଉ ଦେଖା

ଗାଁ ଆଉ ଗାଁ ହୋଇ ନାହିଁ।


ଟିଭି ମୋବାଇଲ ହେୟାର ଷ୍ଟାଇଲ୍

ଏଠି ସେଠି ସବୁଠେଇଁ,

ଖାଲି ମୋ ଗାଆଁ ନାହିଁ ତୁମ ଗାଁ ମଧ୍ଯ ଭାଇ

ଗାଁ ଆଉ ଗାଁ ହୋଇ ନାହିଁ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy