ଗ୍ୱାଲିଅରର ମଣି ଅଟଳ ମଉଡମଣୀ
ଗ୍ୱାଲିଅରର ମଣି ଅଟଳ ମଉଡମଣୀ
ଭାରତ ବର୍ଷର ସୁଯୋଗ୍ୟ ସନ୍ତାନ
ହେ ଅଟଳବିହାରୀ ବାଜପେୟୀ,
ତୁମ ଜୟନ୍ତୀରେ ଦେଶର ଜନତା
ଶ୍ରଦ୍ଧାଞ୍ଜଳୀ ବାଢେ ତୁମରି ପାଇଁ |
କେତେ ଯେ ଉପାଧି ତୁମ ନାମେ ଲେଖା
ସବୁଠାରୁ ଶ୍ରେଷ୍ଠ ଭାରତ ରତ୍ନ,
ଦେଶର ସେବକ ଭାବେ ବଳିଦାନ
ତୁମ ଜୀବନର ବ୍ରତ ମହାନ |
ପ୍ରସିଦ୍ଧ ସୁବକ୍ତା ତୁମେ ଥିଲ କବି
ରାଜନେତା ଭାବେ ଚିର ସଫଳ,
ଦେଶର ମୁକତି ଆନ୍ଦୋଳନେ ମଧ୍ୟ
ତୁମ ଦାନ ଥିଲା ମହତ ବଳ |
ସଂସାର ବନ୍ଧନେ ବାନ୍ଧି ହେଲନାହିଁ
ଦେଶସେବା ପାଇଁ କରିଲ ତ୍ୟାଗ,
ଉଦାରତା ତୁମ ଜୀବନ ଚରିତ୍ର
ନିଜ ସୁଖପାଇଁ ଚାହିଁନା ଭୋଗ |
ଅଧ୍ୟୟନ ପରେ ସେବକ ଭାବରେ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଦସ୍ୟ ,
ପରେ ମିଶିଥିଲ ଜନସଙ୍ଘ ସାଥେ
ରଖି ମାତୃକାର ସେବା ଉଦେଶ୍ୟ |
ତା'ପରେ ଭାରତ ଜନତା ପାର୍ଟିକୁ
ନିଜ ନେତୃତ୍ୱରେ ନେଲ ଆଗେଇ,
ତୁମରି ପ୍ରଚେଷ୍ଟା ବଳରେ ଆଜିବି
ବିଜେପି ଶାସନ ଯାଏ ଆଗେଇ |
ତୁମେ ଗଲାପରେ ହରାଇଲା ଦେଶ
ତୁମ ପରି ଜଣେ ଯୋଗ୍ୟ ସନ୍ତାନ,
ଗ୍ୱାଲିଅର ମଣି ତୁମେ ଯେ ଅମର
ତୁମରି ସ୍ମୃତିରେ ଦେଶ ମଗନ |
