ଏତିକି ଅଳୀ ରଖିବ
ଏତିକି ଅଳୀ ରଖିବ
ହାତ ଟେକିଦେଇ ଶରଣ ପଶୁଛି
ଆହେ ଜଗତର ନାଥ ଜଗନ୍ନାଥ
ପାଦ ପଦ୍ମ ତଳେ ଶରଣ ଦେବ ହେ
କରିବ ନାହିଁ ଅନାଥ ।
ସବୁ ତ ଦେଇଛ ବଞ୍ଚିବା ପାଇଁ କି
ଦୁଃଖ ମୁଁ କରିବି କିଆଁ
ତୁମରି ଆଶିଷ ମୋ ଉପରେ ଥିଲେ
କି କରିବ ଏ ଦୁନିଆ ।
ସୁଖ ବି ତୁମର ଦୁଃଖ ବି ତୁମର
ସୁଖ ଦୁଃଖ ର ଦୁନିଆ
ତୁମ ବିନା ପ୍ରଭୁ ପତ୍ର ହେଲେ ନାହିଁ
ତୁମେ ହିଁ ଅନ୍ତିମ ସାହା ।
ଆହେ ଜଗନ୍ନାଥ ଅନାଥର ନାଥ
ଏତିକି ଅଳୀ ରଖିବ
ମୁଁ ମଲା ବେଳକୁ ଜୟ ଜଗନ୍ନାଥ
ମୋହର ତୁଣ୍ଡରେ ଥିବ ।
