Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy Inspirational

3  

Mamatamanjari Das

Tragedy Inspirational

ଏତ ରାଜନୀତି ଖେଳ

ଏତ ରାଜନୀତି ଖେଳ

1 min
502


ରାଜନୀତି ଏଠି କାଗଜ କଲମେ

ହୋଇଯାଏ ଏଠି ବନ୍ଦି

ଯୋଜନା ପରେ ଯୋଜନା ଏଠି

ପ୍ରଚାର ସର୍ବସ୍ବ ହୋଇ ମାଡିଚାଲେ

ଏ ଦେଶର ଗଳି କନ୍ଦି ।


ଝିଅ ପଢାଅ ଝିଅ ବଢାଅ

କାଗଜ କଲମେ ରୁହେ

ସ୍କୁଲ କକ୍ଷରେ ନିରୀହ ଝିଅର

କୁମାରୀତ୍ୱ ହଜି ଯାଏ ।


ପ୍ରଚାରରେ ଚାଲେ ମହିଳା ସୁରକ୍ଷା

ହେଲେ ଶକ୍ତି ହୀନ ଆଜି ନାରୀ

ଦିନ ଆଲୁଅରେ ଅସୁରକ୍ଷିତ ସେ

ଅକାଳରେ ଯାଏ ଝରି ।


ନିଜ ଲୋକ ଶବ କାନ୍ଧରେ ବୋହି

ମଣିଷ ଯୋଉଠି ଚାଲେ

ରାଜନୀତି ଖେଳ ଦେଖ ହୋ ବନ୍ଧୁ

ଏଠି ଯୋଜନାରେ ହରିଶ୍ଚନ୍ଦ୍ର ଗାଡ଼ି ଚାଲେ ।


ନଗଡାର ଶିଶୁ ଅପପୃଷ୍ଟି ପାଇଁ

ହୁଏ ଏଠି ଜରା ଜୀର୍ଣ୍ଣ

ପାଞ୍ଚ ଟଙ୍କାରେ ନିରାମୟ ଖାଦ୍ୟ

ହେଲେ ଭୋକିଲା ପାଏନି ଅନ୍ନ

ବିକାଶ ଟା ଏଠି କାଗଜ ପୃଷ୍ଠାରେ

ନଥାଏ ତା' ଚିହ୍ନ ବର୍ଣ୍ଣ ।


ନେତାଙ୍କ ଦରମା ବଢ଼ି ବଢ଼ି ଚାଲେ

ଚାଷୀ କାନ୍ଦେ ଲୁହ ଢାଳି

ସେଥିପାଇଁ କାହା ନିଦ ଭାଙ୍ଗେ ନାହିଁ

ଚାଷୀଟି ପଡଇ ବଳି ।


କିଏ ଦିଏ ଏଠି ସ୍ୱଜଳା ଯୋଜନା

କିଏ ପୁଣି ଦିଏ ଭତ୍ତା

ଦାଦନ ଖଟଇ ଗରୀବ ଯୋଉଠି

ପୁରାଇବା ପାଇଁ ପେଟ ,,

ଭାଇ ଏତ ରାଜନୀତି ଖେଳ

ଭୋଟ ଆସିଲେ ସଭିଏଁ ଆସି

ଯୋଗାଡନ୍ତି ନିଜ ବଳ ।



Rate this content
Log in

Similar oriya poem from Tragedy