STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ -୧୭

ଏଣୁତେଣୁ -୧୭

1 min
2.3K


ତମେ ମୋ ସହିତ କଥା ହେବା ଦୂର

ମୁଁ ଥାଏ ବୋଲି ପାଖରେ

ସେତକ ବି ବେଖବର୍...

ହେଲେ ମୁଁ ଯେ ତୁମକୁ ଭଲପାଏ

ଏକଥା ଜାଣନ୍ତି ଫୁଲ, ପବନ ଆଉ

ମୋ ହୃଦୟ ସହର...

ମୁଁ ଜାଣେ, ତୁମ ପାଖରେ ସମୟ ନାହିଁ

ଥରୁଟିଏ ମୋତେ ଚାହିଁବାକୁ

ଆଖିରେ ଆଖି ମିଶିବା ଦୂର...

ପ୍ରେମ ପତ୍ର ଅତି ଯତନରେ ଦେଇଥିଲି

ମନ କଥା ଖୋଲି କହିବାକୁ

ତୁମ ପାଇଁ କିନ୍ତୁ ସେ ଥିଲା ଖାଲି ଗୋଟେ ଖବର...

ସାମ୍ବାଦିକ ହେଲା ମାନେ ଇ’ ଏଇ ଅସୁବିଧା

ପ୍ରେମ ପାଇଁ ଅଭାବ ସମୟ

ସବୁକୁ ମନେ ରଖନ୍ତି ଗୋଟି ଗୋଟି କରି ସେ

ଭୁଲନ୍ତି କେବଳ ଗୋଟାଏ ଠିକଣା

ନିଜ ପ୍ରେମିକାର ହୃଦୟ... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance