STORYMIRROR

Tapaswini DashSarangi

Classics Inspirational

3  

Tapaswini DashSarangi

Classics Inspirational

ଏମିତିକା ବନ୍ଧନ

ଏମିତିକା ବନ୍ଧନ

1 min
242

ଏମିତି ବନ୍ଧନେ ବନ୍ଧିତ ଏ ପ୍ରାଣ

      ମାୟାରେ ଜଡିତ ହେବ ନାହିଁ

ମାୟା ମୃଗ ପଛେ ଧାଇଁବ ନାହିଁ ସେ

      ଲକ୍ଷ୍ମଣ ଗାର ଯିବନି ଡେଇଁ।

ସବୁ ବନ୍ଧନକୁ ଛୋଟ ମଣେ ସିଏ

    କାଳିଆ ପ୍ରେମରେ ହୁଏ ବାଇ

ମୁକ୍ତିର ପଥ ଟି ସିଏ ଜାଣେ ବୋଲି

    ମରୀଚିକା ପାଶେ ଲୋଭ ନାହିଁ।

ମାୟା ମୋହ ଭରା ଏ ସାରା ସଂସାର

     ରାସ୍ତା ଯାକ ଖାଲି କଣ୍ଟକିତ

 କାଳିଆ ସାଥୀରେ ସମ୍ପର୍କର ପଥ

      ସଦା ଲାଗୁଥାଏ ସୁରଭିତ।

ତାହା ଏମିତିକା ବନ୍ଧନଟେ ସତେ

     ମୁକ୍ତିର ବାଟରେ ଛାଡି ଦିଏ

ଅଗତିର ଗତି ସେ ଚତୁର୍ଦ୍ଧା ମୂର୍ତ୍ତି

    ତା ପାଦେ ମନ ଯେ ରଖି ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics