STORYMIRROR

Gunanidhi Samal

Romance

3  

Gunanidhi Samal

Romance

ଏମିତି ପ୍ରେମ

ଏମିତି ପ୍ରେମ

1 min
246

ମଥା ଛୁଇଁ ମୋର କହିଥିଲୁ ଦିନେ

କେବେବି ଯିବିନି ଭୁଲି

ଭଲପାଉ ଯଦି ଆଉ କାହାସାଥେ

କେମିତି ଯାଉଛୁ ଚାଲି ।

ଯିବାପାଇଁ ପ୍ରିୟେ ମନାନାହିଁ ମୋର

ଛଡାଇ ନିଅନା ହସ

ଯିବୁ ଯଦି ଯାଆ ଓଠରେ ମୋହର

ଦେଇକି ଟୋପାଏ ବିଷ ।

ମହାଦେବବେଢ଼ା ସେ ବଉଳବେଦୀ

ଏବେବି ଝୁରୁଛି ତୋତେ

ଦିନ ଦି'ପ୍ରହରେ ଗାଆଁ ଆମ୍ବତୋଟା

ହାତଠାରି ଡାକେ ମୋତେ ।

ଗାଧୁଆ ତୁଠରେ ଆଉକେ ବସିବ

ମୁହଁରେ ହଳଦୀ ମାଖି

ଉଡିବନି କେବେ ତୋ'ପଣତକାନି

ଦେଖିବାକୁ ମୋର ଆଖି ।

ଅଗଣାରେ ତୋର ହସୁଥାଉ ଜହ୍ନ

ଫୁଟୁଥାଉ ତାରା ଫୁଲ

କହିବିନି କେବେ ଦେଲୁନାହିଁ ବୋଲି

ଭଲ ପାଇବାର ମୂଲ ।


Rate this content
Log in

Similar oriya poem from Romance