STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଏମିତି ହୁଅନ୍ତା

ଏମିତି ହୁଅନ୍ତା

1 min
11.9K


ଭାବିଛି ଲେଖିବି ପୁଣି ନୂଆକବିତା 

ଭାଙ୍ଗିଦେଇ ସବୁ ମୋ ନୀରବତା 

କିଛି ଥିବ ଗଳ୍ପ କିଛି ଥିବ କଥା 

ସେ କଥାରୁ ଝରୁଥିବ ମାଳତୀ ଲତା 

କେବେ କେବେ ସୁଗନ୍ଧିତ ସେ ଗୁଲଦସ୍ତା 

କାହାଣୀ ମୋ ଦେଖାଇବ ନୂଆ ରାସ୍ତା 

କବିତା ମୁଁ ଲେଖିଯିବି ଆହିସ୍ତା ଆହିସ୍ତା 

ଫୁଲ ଭିତରେ ସୁରଭି, ଆଶା ସଳିତା 

ପକ୍ଷୀ ଭିତରେ କାକଳୀ, ଭାଙ୍ଗି ପାହାନ୍ତା 

ନଈରେ ନାଉରୀ, ସ୍ବପ୍ନ ସତ କରି ତୁ ହସୁଥା 

ଧାନବିଲେ ଚାଷୀ ପାଉ ନୂଆ ରାସ୍ତା 

କନ୍ୟା ଟିଏ ଜମା ନହେଉ ପୀଡିତା 

ଧରିତ୍ରୀ ମା କୋଳୁ ନେବା ସୃଜନଶିଳତା 

ହେଉ ଶସ୍ୟ ଶ୍ୟାମଳା ପରିପୂର୍ଣ୍ଣା ବସୁମାତା 

ଉପଲବ୍ଧିମୟ ହେବ ସଞ୍ଜ ସଳିତା 

ମହମହ ବାସି ସଭିଏଁ ଜଗତଜିତା 

ଧର୍ଯ୍ୟ ରଖିବି ନ ହୋଇ ଆକତାମାକତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational