STORYMIRROR

Giridhari Dhal

Abstract

2  

Giridhari Dhal

Abstract

ଏମିତି ବି ଦିନ କଟେ ଗାଁ ରେ

ଏମିତି ବି ଦିନ କଟେ ଗାଁ ରେ

2 mins
123

ସକାଳ ଆରମ୍ବ ହୁଏ ମୋ ଗାଁ ରେ କୋଇଲି ର କୁହୁକୁହୁ ସ୍ୱରରୁ

ପୂର୍ବ ଦିଗରେ ହସି ହସି ଆସୁଥାଏ ରବି କିରଣ ଢାଳି ନଦୀ ତଟରୁ

କିଚିରି ମିଚିରି ଶବ୍ଦ ପବନରେ ଭାସି ଆସେ ଦୂର ଝାଉଁ ବଣରୁ

ଧବ ଫରଫର ବଗବଗୁଲି ଉଡ଼ିବାର ଦୃଶ୍ୟ ଦିଶେ ଆକାଶ ମାର୍ଗରୁ

ନରମ ପରଶ ପାଇଁ ମୁଣ୍ଡ ଟେକି କଅଁଳେ ଦୁବ ଶିଶିରକୁ ଆଡ଼େଇ

ଆନନ୍ଦରେ କ୍ଷେତ ରୁ କ୍ଷେତ ଉଡୁଥାଏ କଜଳ ପତିଆ ଚଢେଇ

ଗେଣ୍ଡାଳିଆ ଡେଣା ଝାଡୁଥାଏ ଗାଁଠୁ ଖଣ୍ଡେ ଦୂର ଗହୀର ମଥାରେ

ମାଛରଙ୍କା ବି ତତ୍ପର ହେଇ ଆହାର ଖୋଜୁଥାଏ ଅଳକା ନଈ ରେ

ସୁଲୁସୁଲିଆ ପବନ ରେ ଗୀତ ଗାଇ ନାଆ ବାହେ ନାଉରିଆ ଭାଇ

ନଦୀର ସେପଟରୁ ସଂକେତ ଆସେ ନାଲି ଓଢଣୀ କୁ କିଏ ଦେଉଛି ଉଡ଼େଇ

ନଦୀ ତଟରେ କଅଁଳ ଦୁବ ଖାଇବା ପାଇଁ ଗୋରୁଗାଈ ଛେଳି ସବୁ ଏକତ୍ରିତ

ସବୁଜ ସୁନ୍ଦର ଶସ୍ୟ ଶାମଳା ମଳୟ ପବନରେ ଝଲସୁ ଥାଏ କ୍ଷେତ

ଚଷା ପୁଅ ପଖାଳ ଖାଇ ହଳ ଲଙ୍ଗଳ କାନ୍ଧେଇ ଧାଉଁ ଥାଏ କ୍ଷେତକୁ

ମନରେ ଅସୁମାରୀ ଆଶା ଧରି କମରରେ ବାନ୍ଧିଥାଏ ଝାଳବୁହା ଗାମୁଛା କୁ

ଚଷା ଘର ଦାଣ୍ଡ ଦୁଆରେ ଝକ ମକ ଦିଶୁଥାଏ ଚାଉଳର ଅଙ୍କିତ ଝୋଟି

କୁଳ ଭୁଆସୁଣି ମାନେ ଜଲ୍ଦି ଉଠି ସ୍ନାନ କରନ୍ତି ସାରି ବାସୀ ପାଇଟି

ଘର ଅଗଣାରେ ଫୁଟି ମହକୁ ଥାଏ ମଲ୍ଲି ଗେଣ୍ଡୁ ଅରଖ ଟଗର ମନ୍ଦାର

ଗୁଣୁଗୁଣୁ ଗୀତ ଗାଇ ଫୁଲପରେ ବସି ମଧୁ ସେବନ କରେ ଭଅଁର

ରଙ୍ଗ ବେରଙ୍ଗରରେ ପ୍ରଜାପତି ଉଡୁଥାନ୍ତି ଆନନ୍ଦରେ ବାଡ଼ି ବଗିଚାରେ

ଟିକିଟିକି ଫୁଲ ଫୁଟି ମହକୁ ଥାଏ ଶୋଭା ବଢାଏ ମୋ ପଲ୍ଲୀରେ

ଗାଈ ଗୋଠ ନେଇ ଗାଇଆଳ ପୁଅ ହରଷରେ ଯାଏ ଗୀତ ଗାଇ ଗାଇ

ମୋ ଗାଁ ର ପିଲା ମାନେ ଚାଟଶାଳୀ ରୁ ଫେରି ଖେଳନ୍ତି ଚକ ଗଡ଼େଇ

ପଖାଳ ସାଙ୍ଗକୁ ଶାଗ ଭଜା ବଢିଚୁରା କାକୁଡି କଞ୍ଚାଲଙ୍କା ଲାଗେ ସୁଆଦିଆ

ମଧ୍ୟାନ ରେ ଯୁବ ପିଢ଼ି ଙ୍କର ଗାଧୁଆ ଭଲଲାଗେ ପୋଖରୀରେ ଡ଼ିଆଁ

ସଞ୍ଜ ହେଲେ କମ୍ପି ଉଠେ ମୋ ଗାଁ ମନ୍ଦିର ଘଣ୍ଟ ଶଙ୍ଖ ହୁଳହୁଳି ଶବ୍ଦରେ

ପୁଲକିତ ହୋଇ ଉଠେ ମୋ ଗାଁ ଜହ୍ନି କାକୁଡ଼ି ଫୁଲର ବାସ୍ନାରେ

ଗୋଧୂଳି ଉଡ଼େଇ ଗୋରୁ ଯେତେବେଳେ ଫେରୁଥାନ୍ତି ଗ୍ରାମ ଅଭିମୁଖେ

ଲାଗେ ଯେମିତି ସତେ ପ୍ରକୃତି କୁ ପାଇଗଲି ମୋର ହାତ ପାଖେ

କୁଆଁରୀ ଜହ୍ନ କୁ ଦେଖି ସରୋବର କଇଁ ଯେବେ ମାନ ମାରି ବସେ

ଲାଗେ ନବବଧୂ ରୂପେ ପ୍ରକୃତି ନଇଁ ନଇଁ ଧିରେ ଧିରେ ସଞ୍ଜ ସହ ଆସେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract