STORYMIRROR

Giridhari Dhal

Others

3  

Giridhari Dhal

Others

ପ୍ରକୃତି

ପ୍ରକୃତି

1 min
310


ସଞ୍ଜ ଆଗମନେ ଛାୟାକାର ଦିଶେ

    ବିମଳ ଗଗନେ ତାରା,

ଶୋଭାବନ ସ୍ମିଗ୍ଧ ଲୋକାଳୟ ପୂର୍ଣ୍ଣ

   ମହୋଲ୍ଲାସେ ହସେ ଧରା।


ତରଣୀ ଭାସଇ ଅବର୍ଣ୍ଣ ଗରଭେ

    ନିଶାଥିନି ଆସେ ମାଡ଼ି,

ସାୟାନ୍ତନ ଦେଖି ବିହଙ୍ଗ ଆବେଶେ

   ବିହାୟସେ ଆସେ ଉଡ଼ି।


ନାସିରୁ ଫେରଇ ଗୋଧୂଳି ଉଡ଼ଇ

   ସାନନ୍ଦ ସଡ଼କ ପରେ,

ନୀଳରଙ୍ଗ ଧୂତ ବଉଦ ଖେଳଇ

   ଶଙ୍ଖ ତାନ ଘରେ ଘରେ।


ପୋତପାଳ ବାହେ ଗ୍ରାମ ଅଭିମୁଖେ

   ଉତ୍ତରା ପବନ ଖାଇ,

ଶୀତଳ ମାରୁତ ବହେ ଘନ ଘନ

   ମହକଇ ଜୁଇଯାଇ।


ନାନା ଦି ବିହଙ୍ଗ ସତ୍ୱର ବିହରି

   ଝଙ୍କାଳିଆ ବର ଡ଼ାଳେ,

ଜନିତ ଶାବକ ସାନନ୍ଦ ରାବଇ

    ଖେଳନ୍ତି ବର ଓହଳେ।


ପକ୍ଷୀ ଫେରେ ନିଡ଼ ଗୋରୁ ଫେରେ ଗୃହ

   ସୂର୍ଯ୍ୟ ଫେରେ ଦିଗନ୍ତକୁ,

 ସାତସୁରେ ବନ୍ଧା କୋକିଳ ସଙ୍ଗୀତେ

   କଇଁ ଶୋଭା ସରୋବ କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍