ମୋ ଗାଁ ସନ୍ଧ୍ୟା
ମୋ ଗାଁ ସନ୍ଧ୍ୟା
ମୋ ଗାଁ ସନ୍ଧ୍ୟା (ଭାଗ -2)
ଝାଉଁଳିଲେ ରବି ଆକାଶ ମାର୍ଗରେ
ଶୁଭେ ବିହଙ୍ଗର ରାବ
ସୁନୀଲ ଆକାଶେ ମୃଦୁ ମଳୟରେ
କର ଲେଉଟାଏ ଦୁବ (ଘାସ)
ଦଳ ବଳ ହୋଇ ଗୋଠକୁ ଫେରନ୍ତି
ଗୋରୁ ଗାଈ ଖୋଜି ଖୋଜି
ତରୁ ଲତା ମାନେ ଲାଜରେ ଝାଉଁଳି
ଦେଉ ଥାନ୍ତି ଆଖି ବୁଜି
କ୍ଷେତ ଦିଶୁଥାଏ ସବୁଜ ସୁନ୍ଦର
ହସୁଥାଏ ଚାଷୀ ପୁଅ
ତହିଁ ମଧ୍ୟେ ପାଳ ଭୁତ ବି ସୁନ୍ଦର
ଚକିତ କରାଏ ପ୍ରାୟ
ଆଗମନେ ଜହ୍ନ ମହକଇ ବନ
କୁମୁଦ ନାଚଇ ଜଳେ
ବେଙ୍ଗୁଲୀ ରାଣୀର କୋହ ଭରା ଗୀତ
ଶୁଭେ ସାରୁ ବୁଦା ମୂଳେ
ଚହଟେ ଟଗର ମଲ୍ଲି ଠୁ ମନ୍ଦାର
ମହକେ ଗ୍ରାମ ସଡ଼କ
ପ୍ରୀତ ମନେ ବସି ମଧୁ ଓଠେ ଶୋଷି
ଭ୍ରମନ୍ତି ଭଅଁର ଯାକ
ଫେରନ୍ତି ସଡ଼କେ ଗ୍ରାମ ଅଭିମୁଖେ
ଗ୍ରାମର ବାସିନ୍ଦା ଗଣ
ସଞ୍ଜ ଆଗମନେ ପବିତ୍ର ବସନେ
କରିବାକୁ ସଂକୀର୍ତ୍ତନ
ଗୀତା ଭାଗବତ ପୁରାଣ ଶବ୍ଦରେ
ମୋ ଗାଁ ସଞ୍ଜ ଆସେ ନଇଁ ନଇଁ
ଲାଗୁଥାଏ ସତେ ନବ ବଧୁଟିଏ
ଆସୁଛି ଓଢଣା ଦେଇ ।
