STORYMIRROR

Giridhari Dhal

Others

3  

Giridhari Dhal

Others

ଆଜିର ଗ୍ରାମ (ଗାଁ )

ଆଜିର ଗ୍ରାମ (ଗାଁ )

1 min
155

ଗାଁ ହସୁଛି,

ଆଜିକାଲି ବେଶି ଗାଁ ମଣ୍ଡପରେ

ରାଜନୀତି ଚର୍ଚ୍ଚା ଚାଲିଛି

ଘରେ ଘରେ ହାତ ପଦ୍ମ ଶଙ୍ଖ ଚିହ୍ନ

ପତକା ଜୋରସେ ଉଡୁଛି,

ଜମି ବି ପଡି଼ଆ ପଡିଛି,

ସରକାର ଟଙ୍କିକିଆ ଚାଉଳରେ

କାହାର ବା ପେଟ ପୁରୁଛି

ତଥାପି ମୋ ଗାଁ ହସୁଛି।


ନେତାଏ କରନ୍ତି କୋଠା ପରେ କୋଠା

ଭକୁଆ ଜନତା ଦେଖୁଛି,

ଏଥର ଜିତିଲେ ସୁଧାରିବୁ ଗାଁ

ସ୍ଲୋଗାନ ତୁଣ୍ଡରୁ ଶୁଭୁଛି,

ଜନତା ଚିନ୍ତାରେ ପଡି଼ଛି,

ସତରେ କଣ ଗାଁ ବଦଳିବ 

ଅପେକ୍ଷା କରି ସେ ରହିଛି,

ତଥାପି ମୋ ଗାଁ ହସୁଛି l


ବରଷା ଦିନରେ ଗାଁ ସ୍କୁଲରେ

ବଢ଼ିଆ ଅଫର ରହିଛି,

ଇନ୍ଦ୍ରଦେବଙ୍କର କୃପା ଦୃଷ୍ଟି ସବୁ

କଣା ହେଇ ତଳେ ଝରୁଛି,

କିନ୍ତୁ ଅଣ୍ଡା ଚାଉଳ ନିଇତି ଆସୁଛି,

ସପ୍ତାହକୁ ଥରେ ସାର ଆସନ୍ତି

ପାଠ କଥା କିଏ ବୁଝୁଛି,

ତଥାପି ମୋ ଗାଁ ହସୁଛି ।


ସଡ଼କ ଯୋଜନା ସଡ଼କରୁ ଫେରେ

କିନ୍ତୁ ଫଳକ ସଡ଼କେ ଦିଶୁଛି,

ସଡ଼କ ବାବଦେ ଯୋଜନାର ଟଙ୍କା

ପକେଟ ଗର୍ଭ କୁ ପଶୁଛି,

କିଏ ବା କାହାକୁ କହୁଛି,

ଡେଙ୍ଗା ମୁଣ୍ଡରେ ଠେଙ୍ଗା ମାଡ଼ ଖାଇ

ଜନତା ନିରବ ରହୁଛି,

ତଥାପି ମୋ ଗାଁ ହସୁଛି l


ଦଳବଳ ହୋଇ ଆମ ଗାଁ ନେତା

ରଙ୍ଗ ବଦଳେଇ କହୁଛି,

ପ୍ରତିଶୃତି ଦେଇ ଭକୁଆ ବନେଇ

କୁମ୍ଭୀର ଭାଷଣ ଦଉଛି,

ମନ ଜିଣିକେତେ କଥା କହୁଛି,

ଏଥର ଯଦିଓ ମୁଁ ଜିତିଯାଏ

ପକ୍କା ରାସ୍ତା ଟେ କରିବି ଭାବୁଛି,

ତଥାପି ମୋ ଗାଁ ହସୁଛି l



Rate this content
Log in