ଗାଁ
ଗାଁ
ପୂରୁବ ଦିଗରୁ ଆସଇ ରବି କିରଣ ନେଇ,
ତରୁଲତା ଭାଙ୍ଗେ ଅଳସ ଫୁଟେ ମନ୍ଦାର ଯୁଇ।
କିଚିରି ମିଚିରି ଶବଦେ ପକ୍ଷୀ ଉଡ଼ଇ ବଣେ,
ଆକାଶ ସୁନ୍ଦର ଦିଶଇ ଝଲସଇ କିରଣେ।
ନାନାରଙ୍ଗେ ଫୁଲ ଶୋଭିତ କୁସୁମରେ କାନନ,
ମଧୁମଖି ମଧୁ ଶୋଷଇ ହୋଇ ହରଷ ମନ।
ଦଳବଳ ହୋଇ ଉଡ଼ନ୍ତି ପ୍ରଜାପତି ଗଗନେ,
କାକ ପିକ ସଙ୍ଗେ ଡାହୁକ ସ୍ଵନ ଶୁଭଇକାନେ।
ଆକାଶ ମାର୍ଗ ରେ ଚନ୍ଦ୍ରମା ହସି ନିଏ ବିଦାୟ,
ସବୁଜ ରଙ୍ଗରେ ଧରଣୀ ବହେ ମୃଦୁ ମଳୟ।
ଚମ୍ପାମଲ୍ଲୀ ଫୁଲ ମହକେ ଚହଟଇ ନିଳିମା,
ଗୋଧୂଳି ଉଡ଼ଇ ସଡ଼କେ ତାର ନାହିଁ ଉପମା।
ନଳିନୀ ଉଛୁଳି ପଡଇ ନଳିନି ରେ ପୁରିତ,
ନୀଳ ଜଳେ ଖେଳେ ତରଙ୍ଗ ମିନ ର ଆତଜାତ।
ଗଗନ ରେ ବଗବଗୁଲି ଦିଶେ ଧୋବ ଫର ଫର,
ମାଛରଙ୍କା ବୁଡ଼ ମାରଇ ନଦୀ ଜଳ ରାଶି ର।
ଆମ୍ବତୋଟା ଶୋଭା ଦିଶଇ ପାଇ କୋଳରେ ମିତ,
ସୁରିଲା କଣ୍ଠ ରେ ଶୁଭଇ କୋକିଳ ର ସଙ୍ଗୀତ।
ଡାଳରେ ଝୁଲଇ ମଳୟେ ବାଇଚଢ଼େଇ ବସା,
ଆହାର ନିମନ୍ତେ ଗମନ୍ତି କୀଟ ପତଙ୍ଗ ଶଶା।
ନାଉରିଆ ଭାଇ ବାହଇ ନଦୀ ଗରଭେ ନାଆ,
ଆହୁଲା ମାରଇ ଖାଇଣ ସୁଲୁସୁଲିଆ ବାଆ
