ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ [raja festival cradle song of the 21st century]
ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ [raja festival cradle song of the 21st century]


ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ
ବନସ୍ତରେ ନାହିଁ ଗଜ:
ବନ ସାରି ଦେଲା ମଣିଷ ଆଜ;
ଆଜ -- କାଠ ମିଳୁ ନାହିଁ -- ଗଢିବାକୁ ଗୋଟେ ମେଜ ||-୧
ପଟା ଦୋଳି ମିଳେ ନାହିଁ;
ଗାଆଁ ସହରରେ ଗଛ ବି କାହିଁ
ଗୋଟେ -- ଡାଳ କାହିଁ କହ -- ଦୋଳିଟେ ଟାଙ୍ଗିବା ପାଇଁ ||-୨
ଯିବା ନାହିଁ ଚୁଲ୍ଲୀ ଶାଳ;
ପିଠା ପଣା ବି ତ ଶିଖିନୁ ଭଲ;
ତିନି -- ଦିନ କାଳ
ଏବେ -- ଓପାସରେ କଲବଲ ||-୩
ଆସିଲେ ବରଷା ବଢ଼ି
ଗଛ ନାହିଁ ମାଟି ଯିବ ଭୁଷୁଡ଼ି;
ଜଳ -- ନ ମାନିବ ବାଧା -- ସଂସାର ଦେବ ଓପାଡ଼ି ||-୪
ଜହ୍ନି ଫୁଲ ଫୁଟି ଠୋ ଠା;
ଜଙ୍ଗଲ ହେଲାଣି ଇଟାର କୋଠା;
ଏତେ -- ଗରମରେ ଝାଳ -- ସର ସର ଦେହ ଗୋଟା ||-୫
ମିଳୁନି ପନି ପରିବା;
ଦୋଳି ଖେଳ ସାରି ଘରକୁ ଯିବା;
ଛେଳି -- କୁକୁଡ଼ା ମାଉଁସ -- ଖାଇ ମନ୍ଦିରେ ପଶିବା ||-୬