STORYMIRROR

Sagar Pradhan

Inspirational

2  

Sagar Pradhan

Inspirational

ଏକାକାର

ଏକାକାର

1 min
14.3K


ଏଇ ଦେଖ କେମିତି ଉଡି ଯାଉଛି

ଧୂଆଁ ସବୁ ନୀଳ ଆକାଶ ଉପରକୁ

ମିଶିବାକୁ ଦୂର ଦିଗବଳୟରେ

ହେବାକୁ ଏକାକାର ଆକାଶର

ଶୁଭ୍ର ବାଦଲ ଦେହରେ...... 

ଏଇ ଦେଖ କେମିତି ବହିଯାଉଛି

ଅମାନିଆ ନଈ କୁଳୁକୁଳୁ ନାଦରେ

ମିଶିବାକୁ ସାଗର ତରଙ୍ଗ ସା ଥିରେ

ହେବାକୁ ଏକାକାର ସାଗର ର 

ନୀଳ ତରଙ୍ଗ ଦେହରେ.......

ଏଇ ଦେଖ କେମିତି ଫୁଲଟି ଫୁଟିଛି

ନବ ପଲ୍ଲବୀତ ବୃକ୍ଷରାଜି ଡାଳରେ

ଢାଳୁଛି ସୁବାସ ତାର ଶୁଭ୍ର ତନୁରେ

ହେବାକୁ ଏକାକାର ସମୀରର

ଶୀତଳ ସ୍ରୋତ ଦେହରେ......

*ସାଗର ପ୍ରଧାନ, ଗଂଜାମ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational