ଏକା ଏକା
ଏକା ଏକା
ଏକା ଏକା
ନୀରବତାର ବେଇମାନୀ
ଝଡ଼କୁ ସାମ୍ନା କରିବା ଏତେ ସହଜ ନୁହଁ
କେତେବେଳେ ଅଜାଣତରେ
ଆଖିରୁ ଦି'ଟୋପା ଲୁହ
ତ ପୁଣି
ଶୁଖିଲା ଓଠରେ
ଲାଜୁଆ ମୁରୁକି ହସ
ଛାତିର ଦରଜା ଫାଙ୍କାକରି
ମୁକ୍ତି ପାଆନ୍ତି
କେତେ ଯୁଗରୁ ଜାକି ହୋଇ ରହିଥିବା
ଅକୁହା କଥାସବୁ
ଆଉ ମେଲାଣି ନିଅନ୍ତି
ବୁକୁଫଟା ଦରଜସବୁ l

