STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଏକ ସୁସ୍ଥ ଓ ନିରାମୟ ଜୀବନର ଅନ୍ତରାଳେ

ଏକ ସୁସ୍ଥ ଓ ନିରାମୟ ଜୀବନର ଅନ୍ତରାଳେ

1 min
244


ସୁସ୍ଥ ରହିବାର ନୀତି ହେଉଛି ସଦାଚାର

ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଉ କର୍ମ ତତ୍ପରତା 

ଆଳସ୍ୟର ବନ୍ଦୀ ଗୃହରୁ ନିଜକୁ ମୁକ୍ତ କରି 

କର୍ମଠ ଜୀବନର ସୁସ୍ଥ ମାନସିକତାର ସଂଯମତାରେ 

ନିଜକୁ ଗଢି ତୋଳିବା l

ଆଚାର ସିଦ୍ଧ ହୋଇ 

ଏକ ସୁସ୍ଥ ଆଉ ନିରୋଗ ଶରୀର ନିମନ୍ତେ 

ଦୈନଦିନ ଜୀବନରେ 

ଯେଉଁ ସମୟରେ ଯାହାଟା କରଣୀୟ 

ସେ ସବୁକୁ ଠିକ୍ ସମୟରେ 

ଉପଯୁକ୍ତ ଭାବରେ 

ସମ୍ପାଦନ କରିବା ଭିତର ଦେଇ 

ଏ ଶରୀର ଓ ମନ ନିରୋଗାଭିମୁଖୀ ହୋଇଥାଏ l

କାମ, କ୍ରୋଧ, ଲୋଭ, ମୋହ, ମଦ ଆଉ ମାତ୍ସର୍ଯ୍ୟର 

ବିକୃତ ବିକାର କବଳରୁ ନିଜକୁ ମୁକ୍ତ କରି 

ଅତି ଲେମ୍ବୁ ଚିପୁଡ଼ିଲେ ପିତା ନ୍ୟାୟରେ 

ଉପଯୁକ୍ତ ଖାଦ୍ୟପେୟ, ପୋଷାକ ପରିଚ୍ଛଦ 

ଆଚାର ବ୍ୟବହାର ଆଉ ନିଜର ଚାଲି ଚଳନକୁ 

ପରିମାର୍ଜିତ କରିପାରିଲେ ହିଁ ଦେଖିବ 

ଏ ଅନ୍ନଗତା ପ୍ରାଣ ଆଉ ଶରୀରଗତା ଜୀବନ 

କିପରି ନୀରୋଗ ମନ୍ତ୍ରରେ ନିଜକୁ 

ଅଭିମନ୍ତ୍ରିତ କରି 

ଏକ ଦୀର୍ଘାୟୁ ଜୀବନର ଖୁସିକୁ ଅଭିନନ୍ଦିତ କରି ତୋଳୁଛି l

ଆଉ ଏହାରି ଭିତର ଦେଇ 

ସ୍ୱଚ୍ଛତାର ସଦିଚ୍ଛାରେ 

ପରିଚ୍ଛନ୍ନତାର ଆବେଗରେ 

ପରିବେଶକୁ ଉଦ୍ ବୁଦ୍ଧ କରି 

ଆୟୁର୍ଜୀବନର ମହାବୈଦ୍ୟ ପଥିର ସେବନରେ 

ଉପଯୁକ୍ତ ବ୍ୟାୟାମ, ଆହାର ଆଉ ନିଦ୍ରାର 

ଆଚରଣକୁ ବାସ୍ତବ ଜୀବନରେ 

ଚରିତ୍ରାୟୀତ କରିପାରିଲେ ହିଁ ଦେଖିବ 

ଏକ ଦୀର୍ଘ ଆଉ ସୁସ୍ଥ-ନିରାମୟ ଜୀବନର ଖୁସି 

ତୁମକୁ କିପରି ଅଦୂରରେ ହାତଠାରି ଡାକୁଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy