STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଏକ ନୂତନ ସମ୍ଭାବନା ର ଆରମ୍ଭ

ଏକ ନୂତନ ସମ୍ଭାବନା ର ଆରମ୍ଭ

1 min
189

ଆଗମନ ଆଉ ପ୍ରତ୍ୟାଗମନର

ଏକ ସୁନ୍ଦର ମୁହୂର୍ତ୍ତ

ଆକାଶର ରୂପା ଜହ୍ନ ଆଉ ସୁନେଲି

ଚୁନା ଚୁନା ତାରାଙ୍କର ଝୁଲଣ

ଝାପ୍ସା ଝାପ୍ସା ଅନ୍ଧାର ଭିତରେ

ବ୍ରାହ୍ମ ମୁହୂର୍ତ୍ତର ଆଗମନ

ମନ୍ଦିରରେ ଘଣ୍ଟି , ଘଣ୍ଟା ମୃଦଙ୍ଗ ସହ

ଓଁକାର ନାଦର ରାଗିଣୀ

ମଙ୍ଗଳ ଆଳତୀର ଶଙ୍ଖନାଦ ଭିତରେ

ଅନ୍ଧାରକୁ ପେଲି

ସଧବା ନାରୀର ଲାଲ ବିନ୍ଦି ପରି

ସୂର୍ଯ୍ୟଦେବ ପାଦ ଥାପନ୍ତି

ଏହି ଧରା ପୃଷ୍ଠରେ 

ବିଦାୟ ଓ ମିଳନର ଆବେଗମୟ

ସୁନ୍ଦର ମୁହୂର୍ତ୍ତ ଟି

ହୃଦୟରେ କେତେ ଭାବ ସଞ୍ଚାର କରେ

ଶରୀରର ସମସ୍ତ ନକରାତ୍ମକ ଉର୍ଜ୍ଜା

ଶରୀର ତ୍ୟାଗକରି ଚାଲି ଯାଆନ୍ତି

ସକାଳ ବୁଲାର ଆନନ୍ଦ

ମନରେ ଭରେ ସକରାତ୍ମକ ଚିନ୍ତା

ବିଭୁ ପାଦରେ ତଲ୍ଲୀନ ହୋଇଯାଏ

ତନୁ ଆଉ ମନ

ଉଷୁମ ଚାଆର ସ୍ପର୍ଶ

ଖବର କାଗଜ ଉପରେ ଆଖି ବୁଲାଉ ବୁଲାଉ

ଆରମ୍ଭ ହୁଏ ଏକ ନୂତନ

ସଂଭାବନାର ସକାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract