STORYMIRROR

Satyanarayan Sahoo

Drama Classics Inspirational

4  

Satyanarayan Sahoo

Drama Classics Inspirational

ଏକ ହିଁ ଈଶ୍ୱର

ଏକ ହିଁ ଈଶ୍ୱର

1 min
359

ଭାରତୀୟ ସଂସ୍କୃତି ଓ ଧର୍ମ ଦର୍ଶନରେ

ପ୍ରଚଳିତ ଅଛି ବିଧି ଯାହା ନିରନ୍ତରେ ।


ପ୍ରଦର୍ଶିତ କରେ ପଥ ଈଶ୍ୱର ପ୍ରାପ୍ତିରେ

ଈଶ୍ୱର ମହିମା ଭରା , ଶାସ୍ତ୍ର ପୁରାଣରେ ।


ଉଲ୍ଲେଖ ରହିଛି ଯାହା ଏକ ହିଁ ଈଶ୍ୱର

ଅନାଦି ପୁରୁଷ ସେହି ବିଶ୍ଵ କାରୀଗର ।


ବିଶ୍ଵ ବିଧି ବ୍ୟବସ୍ଥା ର ନିୟାମକ ସେହି

ନିୟନ୍ତା ଓ ନିୟନ୍ତ୍ରକ ଭାବେ ଭବେ ଥାଇ ।


ଅନନ୍ତ ଅସୀମ ବିଶ୍ବ କରନ୍ତି ଚାଳନ

ଏକ ହିଁ ଈଶ୍ୱର କିନ୍ତୁ ଭିନ୍ନ ତାଙ୍କ କାମ ।


ସେହି ସତ୍ୟ ସେହିଁ ଶିବ , ସେ ଚିର ସୁନ୍ଦର

ପରମାତ୍ମା , ଭାବେ ବିରାଜିତ ଚରାଚର । 


ତ୍ରିମୂର୍ତ୍ତି ଭାବ ରେ ପୂଜା ପାଆନ୍ତି ଆପଣେ

ଚିର ବନ୍ଦିତ ସେ ସଦା ଶାଶ୍ଵତ ଚିନ୍ତନେ ।


କରାନ୍ତି ଚାଳିତ ପ୍ରାଣୀ ମନ ଅବିରତ

ଏକ ହିଁ ଈଶ୍ୱର , ନିରାକାର ସେ ଶାଶ୍ଵତ ।


ଅନନ୍ତ ମହିମା ତାଙ୍କ ଅନନ୍ତ ବିଭୁତି

ପ୍ରତି ପ୍ରାଣୀ ପ୍ରାଣେ ସେହି ଝରାନ୍ତି ପ୍ରଶାନ୍ତି ।


ଅଦ୍ୱିତୀୟ ଅନନ୍ତ ସେ ଅଚ୍ୟୁତ ଅନାଦି

ତାଙ୍କ କୃପା ହେତୁ ନର ଲଭି ଥାଏ ସିଦ୍ଧି  ।


ବେଦ ଉପନିଷଦ ଓ ଶାସ୍ତ୍ର ରେ ରହିଛି

ଏକ ହିଁ ଈଶ୍ୱର , ନିରାକାର ତାଙ୍କ ସ୍ତୁତି ।


ତାହାଙ୍କ ଗାରିମା ଗାନେ ମୁନି ଋଷି ସର୍ବେ

ରଚି ଛନ୍ତି ସୁପ୍ର।ଚିନ , ଶାସ୍ତ୍ର ଯେତେ ଭବେ । 


ନିର୍ଗୁଣ ସେ ନିର୍ବିକଳ୍ପ କଳ୍ପନା ପ୍ରସୂତ

ନିମିଷ ମଧ୍ୟରେ ଲୟ କରେ କୋଟି କଳ୍ପ ।


ଅନାଦି ସଂକଳ୍ପ ମୟୀ କଳ୍ପନା ତାଙ୍କର

କଳ୍ପ ପରେ କଳ୍ପ ରଚି ଚାଲେ ନିରନ୍ତର ।


ପ୍ରକୃତି ସଂଯୋଗେ ରଚୁ ଥାଏ ଏ ସଂସାର

ସ୍ରୋତ ପରି ପ୍ରବାହିତ ହୁଏ ଯାହା ଚିର ।


" ଏକୋଅହଂ ବହୁଶ୍ୟାମ " ସଂକଳ୍ପ ରେ ଗଢ଼ା

ଅନନ୍ତ ବ୍ରହ୍ମାଣ୍ଡ ଯେତେ ରହସ୍ୟ ରେ ଘେରା ।


ଏକ ଈଶ୍ୱରଙ୍କୁ ନିତ୍ୟ କରୁ ଥିଲେ ଲୟ

ଜ୍ୟୋତିର୍ମୟ ସେହି ଜୀବେ ହୁଅନ୍ତି ସହାୟ ।



Rate this content
Log in

Similar oriya poem from Drama