ଏକ ହିଁ ଈଶ୍ୱର
ଏକ ହିଁ ଈଶ୍ୱର


ଏକ ହିଁ ଈଶ୍ୱର ଜଗତ ଠାକୁର
ବ୍ରହ୍ମା ବିଷ୍ଣୁ ମହେଶ୍ବର ।
ତୁମରି ଇସାରା ଆଦେଶରେ ପ୍ରଭୁ
ଆମେ ହିଁ ସଚରାଚର ।।
ସୃଷ୍ଟିକର୍ତ୍ତା ତୁମେ ତ୍ରାଣକର୍ତ୍ତା ତୁମେ
ତୁମେ ହିଁ କର ସଂହାର ।
ତୁମେ ପିତାମାତା ତୁମେ ପ୍ରାଣଦାତା
ବନ୍ଧୁ ସଖା ସହୋଦର ।।
ତୁମ ଶୁଭଦୃଷ୍ଟି ପାଇ ବଞ୍ଚିଅଛୁ
ଗଢ଼ିଛ ତୁମେ ସଂସାର ।
ଦୟା କ୍ଷମା ଶାନ୍ତି ଦେଉଥାଅ ନିତି
କରି ସଦା ସୁବିଚାର ।।
ଅମାପ ଭକ୍ତିରେ ପୂଜା କରୁଥିବୁ
ଦିଅ ଶକ୍ତିର ସମ୍ଭାର ।
ସୁଖ ସମୃଦ୍ଧିରେ ଜୀବନଯାପନେ
କର ଏ ଭବୁ ଉଦ୍ଧାର ।।
ତୁମ ଆଶୀର୍ବାଦ ଆମପାଇଁ ହେଉ
ସୁଖଶାନ୍ତିର ଭଣ୍ଡାର ।
ପ୍ରାର୍ଥନା କରୁଛୁ ଦୃଢ଼ ଭକ୍ତିଭରେ
ଅନ୍ୟାୟଠୁଁ କର ଦୂର ।।
ତୁମେ ନ୍ୟାୟ ,ସତ୍ୟ ,ସୁଖ ,ଶାନ୍ତି ଦାତା
ତୁମେ ଏକ ହିଁ ଈଶ୍ୱର ।
ପାଇ ତବସ୍ପର୍ଶ ଶକତି ଆଶିଷ
ଏ ସଂସାରୁ ପାରି କର ।।