STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଏଇ ତ ଦୁନିଆ

ଏଇ ତ ଦୁନିଆ

1 min
13.6K


ସୁନା ଥାଇ କାନ    ଯଦି ନାହିଁ କିମ୍ବା

କାନ ଥାଇ ନାହିଁ ସୁନା

ଯେତେ ବୁଝାଇଲେ       ଅବୁଝା ମନକୁ

କେବେ ହେଲେ ସେ ବୁଝେନା


ଭୋକ ଉପାସରେ    ରହନ୍ତି କେତେକ

ପେଟ ଜଳି ଯାଉଥାଏ

ଖାଇବାକୁ ଇଚ୍ଛା    ହୁଅଇ ପ୍ରବଳ

ହେଲେ ଖାଦ୍ୟ ଦେବ କିଏ?


କେତେକଙ୍କ ପାଖେ   ଖାଇବା ପିନ୍ଧିବା

କେବେ ଅଭାବ ନ ଥାଏ

ହେଲେ ରୋଗ ବ୍ୟାଧି   ଖାଇବା ପିନ୍ଧିବା

କରେଇ ଦେଇ ନ ଥାଏ


କେତେକ ଅଛନ୍ତି    ଦୁଃଖ ନ କରନ୍ତି

ନ ଥାଉ ସୁନା କି କାନ

ମଣିଷ ରୂପରେ  ଦେବତା ସେମାନେ

କରୁଛି ତାଙ୍କ ପ୍ରଣାମ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational