Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଏଇ ମୋ ଭାରତ ଭୂଇଁ

ଏଇ ମୋ ଭାରତ ଭୂଇଁ

1 min
264



ହିମାଳୟ ସାଜିଛି ଶୁଭ୍ର ମୁକୁଟ 

ସାଗର ପାଦ ଧୂଅଇ

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ଏଇ ମୋ ଭାରତ ଭୂଇଁ ।


ମୁନିଋଷି ସମ ତା'ର ଚିତ୍ରପଟ

ଅସୀମ ଗୁଣେ ମହାନ

ଭିନ୍ନ ଭିନ୍ନ ମତ କୋଳେ ବିରାଜିତ

କୀରତିରେ ଗରୀୟାନ ।


ସବୁ ଭିନ୍ନତା ମଧ୍ୟରେ ଆମେ ଏକ

ଜାତୀୟତା ଭାବ ବୋଳୁ

କୋଟି କୋଟି କଣ୍ଠରେ ତ୍ରିରଙ୍ଗା ତଳେ

ଜାତୀୟ ସଙ୍ଗୀତ ତୋଳୁ ।


ସ୍ବାଧୀନ ପରଶ ଦେଇ ଯାଇଛନ୍ତି

ଯେତେ ବୀର ବୀରାଙ୍ଗନା

ସଭିଙ୍କ ସ୍ମୃତିରେ ମଜ୍ଜି ହଜି ଆମେ

ନାମେ ମଧୁର ମୂର୍ଚ୍ଛନା ।


ଏଇ ମୋ ଭାରତ ଜଗତେ ବିଖ୍ୟାତ

ଆମେ ତା' ଅମୂଲ୍ୟ ଧନ

ଶପଥ ନେବାରେ ପ୍ରଗତିକୁ ତୋଳି

କରିବା ତା' ବୁକୁ ପୂର୍ଣ୍ଣ ।



Rate this content
Log in

Similar oriya poem from Inspirational