STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ଏଇ ଭାରତରେ

ଏଇ ଭାରତରେ

1 min
605


ମହାର୍ଘ ଗଣତନ୍ତ୍ରର ସ୍ତମ୍ଭ ସବୁ ରସାତଳଗାମୀ

ଭ୍ରଷ୍ଟାଚାର ଲଙ୍ଘିଲାଣି ସମ୍ବିଧାନର ଦ୍ଵାର ବନ୍ଧନୀ

ବ୍ଯକ୍ତି ସ୍ବାଧୀନତା ଭୂଲୁଣ୍ଠିତ ବାହୁବଳୀର ରାଜତ୍ବ

ଅଖଣ୍ଡ ଭୂମିରେ ଜାତି ଧର୍ମ ବର୍ଣ୍ଣ ଭେଦଭାବ ତୀବ୍ର।

ସ୍ବରାଜ ସୁରାଜ ସ୍ବପ୍ନ ହୋଇଅଛି ସୁଦୂର ପରାହତ

ହରିଲୁଟ୍ ପ୍ରପଞ୍ଚର ମହାନାଟକ ନିତି ହୁଅଇ ମଞ୍ଚସ୍ଥ

ବିଛିନ୍ନତାବାଦ ଆଞ୍ଚଳିକବାଦର ବଢୁଛି ପ୍ରକୋପ

ଜାତୀୟତାବୋଧ ଧିରେ ଧିରେ ମନରୁ ହୁଅଇ ବିଲୁପ୍ତ।

କାଦୁଅ ଫିଙ୍ଗା ଗୋଡ଼ଟଣାରେ ନୀତି ନିର୍ଦ୍ଧାରକ ମଗନ

ପ୍ରଶାସକଗଣ ସାଜିଛନ୍ତି ନରାଧାମ ଭୁଲି ରାଜଧର୍ମ

ପ୍ରଚାର ସର୍ବସ୍ବ ରୀତିରେ କଥା ବେଶି କାର୍ଯ୍ୟ ଶୂନ୍ୟ

କଥା କଥାକେ ଅରଣ୍ୟ ରୋଦନ କରନ୍ତି ମହାମାନ୍ଯ।

ଉତ୍ତରଦାୟିତ୍ଵ ନାହିଁ କାହାରି ସଭିଏଁ ଲୋଡ଼ନ୍ତି ଅଧିକାର

କର୍ତ୍ତବ୍ୟ ଠୁଁ ଭାରି ପଡଇ ଏଠି ବ୍ଯକ୍ତିଗତ ଅହଙ୍କାର

ଅତୀତ ଇତିହାସକୁ ଦୋଷ ଲଦି ଖସିଯିବାରେ ମାହିର

ଭବିଷ୍ୟତ କଥା ତ ଦିଶୁଛି ଏବେଠୁଁ ଘନ ଘୋର ଅନ୍ଧାର।



Rate this content
Log in

Similar oriya poem from Tragedy