ଏହା ନୁହେଁ ଉପହାସ୍ୟ
ଏହା ନୁହେଁ ଉପହାସ୍ୟ
ଚାଷୀ ଭାଇ ମୋର ଶୁଣ
ଭୁଲି ନାହିଁ ତୁମ ଗୁଣ
ସକାଳୁ ସଞ୍ଜକୁ ଖଟି ଖଟି ତୁମେ
ରଖିଅଛ ଜାତି ପ୍ରାଣ ।।
ସୁଖ ବଇଭବ ନାହିଁ
ଖଟି ଜାଣ ଖାଲି ଭାଇ
ଲଙ୍ଗଳ ଜୁଆଳି ବଳଦଙ୍କ ସାଥେ
ମନପ୍ରାଣ ଢାଳି ଦେଇ ।।
ତୁମେ ତ ମହାନ ଅଟ
ଦୁନିଆଁ ଦେଖୁଛି ବାଟ
ମାନବ ଜଗତ ତୁମରି ଲାଗିତ
କରିପାରେ ସବୁ ନାଟ ।।
ଭୋକିର ଭୋକ ମେଣ୍ଟାଅ
ନିଜେ ପଛେ ଭୋକେ ଥାଅ
ସ୍ୱାର୍ଥହୀନ ଭାବେ ଦୁନିଆଁକୁ ତୁମେ
ସତେ କେତେ ଭଲ ପାଅ ।।
ଖରା-ବର୍ଷା-ଶୀତ ସବୁ
ତୁମରି ହାତରେ କାବୁ
ତୁମେ ହିଁ ସେବକ ତୁମେ ହିଁ ସାଧକ
ଯିଏ ଯାହା ପଛେ ଭାବୁ ।।
ତୁମେ ହିଁ ଅଟ ନମସ୍ୟ
ସଭିଏଁ ତୁମର ଶିଷ୍ୟ
ଦୁନିଆଁକୁ ତୁମେ ଖଟିବା ଶିଖାଅ
ଏହା ନୁହେଁ ଉପହାସ୍ୟ ।।