STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଏ ଟିକେ ହସ ନା

ଏ ଟିକେ ହସ ନା

1 min
163


ଏ ଟିକେ ହସ ନା

ତୁମେ ମୋର ପ୍ରାଣ

ପ୍ରିୟା ଲବଙ୍ଗଲତା

ଗଜମୁକୁତା ମୁହଁକୁ

ଶୁଖାଇ ବସନା

ମଲ୍ଲି ଫୁଲିଆ ମୁହଁଟି

ତୁମର କିଆଁ ମଉଳି

ଯାଇଛି କୁହନା

ଭାଙ୍ଗି ଯାଇଥିଲେ

ଗଢି ଦେବି ମୁହିଁ

ମନ କଥା ଖୋଲି

କହି ଦିଅନା

ମନରେ ଲାଗିଛି କି

ଆଘାତ ଲୁଚାଇ

ରଖୁଛ ତାକୁ

 ମନ ଫରୁଆକୁ

ଖୋଲି କହି ଦିଅନା

ସରଗ ସୁତା ମୋର

ଗଜ ମୁକୁତା ମୋର

 ଆଉ ଅମାନିଆ ହୁଅନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational