STORYMIRROR

ମହାଗାଲୁଆ ସନୁ

Romance

3  

ମହାଗାଲୁଆ ସନୁ

Romance

ଏ କ'ଣ ହଉଛି

ଏ କ'ଣ ହଉଛି

1 min
268

ଏବେ କିଛି ଦିନ ହେବ ମୁଁ ସବୁବେଳେ ଅନ୍ୟମନସ୍କ ରହୁଛି, 

ଗୋଟେ ଚୋରା ଚାହାଣୀ,ସେଇ ବନ ହରିଣୀ 

ଆଜି ମୋ ମନ ମନ୍ଦିରର ଘଣ୍ଟିକୁ ବଜେଇ ଯାଉଛି ।। 


ଖାଇବା ଥାଳିରେ ମୁଁ କେବେ ମୋ ମୁହଁ ଦେଖେନି,

ଆଜିକାଲି ଦେଖୁଛି, ଅଳ୍ପ ଅଳ୍ପ ହସୁଛି 

ଭୋକ ଆଉ ଶୋଷକୁ ମୁଁ ଆଉ ବାରି ପାରୁନି ।। 


 ବିନା ନିଦ୍ରାରେ ଅନେକ ରଜନୀ ଏମିତି ପହିଲାଣି,

ସ୍ୱପ୍ନ ବିନା ନିଦରେ, ବିନା ମୁଦ୍ରିତ ଆଖିରେ

ଆଖି ତଳ ମୋ ଧୀରେ ଧୀରେ କଳା ପଡ଼ିଲାଣି ।। 


ଅନେକ ଅବୁଝା ପ୍ରଶ୍ନ ମୋତେ ଅଥୟ କରୁଛି,

ଅନେକ ପ୍ରଶ୍ନ, ମିଳେନି ଉତ୍ତର,

ଉତ୍ତର ପାଇଁ ଭାରକ୍ରାନ୍ତ ଏ ମନ ଉପବନ ହଉଛି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance