"ଏ ଜୀବନ ଛକି-ଶୂନ "
"ଏ ଜୀବନ ଛକି-ଶୂନ "
ଏ ଜୀବନ ଏକ ଗଣିତର ସମାହାର
ହରଣ-ଗୁଣନ-ମିଶାଣ-ଫେଡ଼ାଣର
ଏକ ଜଟିଳ ମାନସାଙ୍କ l
ହିସାବ ନିକାସର ଆବର୍ତ୍ତମାନରେ
ହାରିବା-ଜିତିବାର ଦୋଛକିରେ
ଜୟ ପରାଜୟର ଅଙ୍କ କଷୁ କଷୁ
ବନ୍ଧନୀ ( ) ର ବନ୍ଧନ ଭିତରୁ
ନିଜକୁ ବାହାର କରିବାକୁ ଚେଷ୍ଟା କରୁ କରୁ
ଅଣନିଃଶ୍ୱାସୀ ହୋଇପଡୁଥିବା ଏ ଜୀବନ
ଶେଷରେ କ'ଣ ପାଏ?
ଖାଲି ଛକି ଆଉ ଶୂନ (X, 0) l